Odisha news

ଜନ ବିସ୍ଫୋରଣ ଓ ଜନ ବିକାଶ

0

ହିମାଂଶୁ ଶେଖର  ଆଚାର୍ଯ୍ୟ : ଆଜି ବିଶ୍ୱ ଜନସଂଖ୍ୟା ଦିବସ । ଜନସଂଖ୍ୟା ବୃଦ୍ଧିର ଭୟାବହତା ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ଏବଂ ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସର ମୁଖ୍ୟ ଉଦେ୍ଦଶ୍ୟ ।  କୁହାଯାଏ ଜନସଂଖ୍ୟା ଯେକୌଣସି ଦେଶର ପରିସମ୍ପତ୍ତି । କାରଣ ଏହା ଅର୍ଥବ୍ୟବସ୍ଥାକୁ ଶ୍ରମଶକ୍ତି ଯୋଗାଇଥାଏ । କିନ୍ତୁ ଜନସଂଖ୍ୟାର ଅଭିବୃଦ୍ଧି ଅଧିକ ହେଲେ ତାହା ପରିସମ୍ପତ୍ତି ହେବା ପରିବର୍ତ୍ତେ ଦେଶ ପାଇଁ ବୋଝ ହୋଇଥାଏ । ଏଠାରେ ସୂଚନାଯୋଗ୍ୟ ଯେ, ୧୯୮୭ ମସିହା ଜୁଲାଇ ୧୧ ତାରିଖରେ  ବିଶ୍ୱର ଜନସଂଖ୍ୟା ୫୦୦ କୋଟିରେ ପହଞ୍ଚିଥିଲା । ସେତେବେଳେ ବିଭିନ୍ନ ଦେଶର ଚିନ୍ତା ନାୟକ ଓ ନେତୃବର୍ଗ ଜନସଂଖ୍ୟାର ସଙ୍କଟ ବିଷୟରେ ସଚେତନ ହେବାକୁ ଏହି ଦିନଟିକୁ ପାଞ୍ଚବିଲିୟନ ଦିବସ ଭାବେ ପାଳନ କଲେ ।  ପରେ ଏହିକଥାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘରେ ଗୃହୀତ ପ୍ରସ୍ତାବ ଅନୁଯାୟୀ  ୧୯୮୯ ମସିହାରୁ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି- ‘’କୋଭିଡ-୧୯ ମହାମାରୀ ସମୟରେ ବିଶେଷ କରି ମହିଳା ଓ ବାଳିକା ମାନଙ୍କର ସ୍ୱାସ୍ଥ୍ୟ ଓ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା’’ ।

ଏହି ପରିପ୍ରେକ୍ଷୀରେ ଚିନ୍ତାକଲେ  ଜୁଲାଇ ୨୦୨୦ସୁଦ୍ଧା ସମଗ୍ର ବିଶ୍ୱର ଜନସଂଖ୍ୟା ପ୍ରାୟ ୭୭୯ କୋଟି ଟପି ସାରିଥିବା  ବେଳେ୧୯୮୭ ମସିହାରେ ଏହି ସଂଖ୍ୟା ୫୦୦ କୋଟି , ୧୯୯୯ ମସିହାରେ ୬୦୦କୋଟି ୨୦୧୧ ମସହାରେ ୭୦୦କୋଟିରେ ଥିଲା । ସେହିପରି ଆମ ଦେଶର ଲୋକସଂଖ୍ୟା ୨୦୧୧ ମସିହାରେ ୧୨୧କୋଟି ଥିବାବେଳେ ଏବେ ତାହା ଜୁଲାଇ ସୁଦ୍ଧା ୧୩୮ କୋଟିରେ ପହଞ୍ଚିଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତ ସମଗ୍ର ପୃଥିବୀରେ ଦ୍ୱିତୀୟ ଜନବହୁଳ ରାଷ୍ଟ୍ର (ଚୀନ୍ ପ୍ରଥମ) ଏବଂ ପ୍ରତ୍ୟେକ ବର୍ଷ ପ୍ରାୟ ୧.୮ କୋଟି ଲୋକ ମୋଟ ଜନସଂଖ୍ୟାରେ ଯୋଗ ଦେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମଗ୍ର ପୃଥିବୀର ଭୂଭାଗର ମାତ୍ର ୨.୪ ପ୍ରତିଶତ ଭାରତରେ ଥିବା ସ୍ଥଳେ, ପ୍ରାୟ ୧୭.୫ ପ୍ରତିଶତ ଜନସଂଖ୍ୟା ଏଠାରେ ବସତି ସ୍ଥାପନ କରନ୍ତି ।  ଏହି ପରିପ୍ରେକ୍ଷୀରେ ବିଶ୍ୱରେ ଅଧିକ ଜନବହୁଳ ଦେଶମଧ୍ୟରେ ଚୀନ, ଯୁକ୍ତରାଷ୍ଟ୍ର ଆମେରିକା,ଇଣ୍ଡୋନେସିଆ, ପାକିସ୍ତାନ,ବ୍ରାଜିଲ, ନାଇଜେରିଆ, ବାଙ୍ଗଲାଦେଶ, ରୁଷ, ଓ ମେକ୍ସିକୋର ଜନସଂଖ୍ୟା ଯଥାକ୍ରମେ ପ୍ରାୟ  ୧୪୩ କୋଟି, ୩୩କୋଟି,୨୭କୋଟି, ୨୨କୋଟି, ୨୧.୨କୋଟି,୨୦.୬କୋଟି, ୧୬.୮କୋଟି,୧୪.୬କୋଟି ଓ ୧୨.୭କୋଟି ରହିଛିି । ଏପରିକି ୪୦ହଜାରରୁ କମ୍ ଜନସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ସାନ୍ ମାରିନୋ, ମୋନାକୋ, ନାଉରୁ,  ଟୁଭାଲୁ,ପାଲାଉ ପ୍ରଭୃତି ରହିଛନ୍ତି  ।ସେହିପରି ସବୁଠାରୁ କମ୍ ଜନସଂଖ୍ୟାଥିବା ଦେଶହେଉଛି ଭଟିକାନ୍ସିଟି ଯାହାର ଲୋକସଂଖ୍ୟା ମାତ୍ର ୧୦୦୦ ଭିତରେ  ।  ଏଥିରୁ ଅନୁମେୟ ପୃଥିବୀର ଅନ୍ୟାନ୍ୟ ଉନ୍ନତ ଦେଶ ତୁଳନାରେ ଦକ୍ଷିଣ ଆଫ୍ରିକୀୟ ଓ ଏସୀୟ ରାଷ୍ଟ୍ରମାନଙ୍କରେ ଜନସଂଖ୍ୟା ସମସ୍ୟା ଉକ୍ରଟତର । ସେହିପରି ଆମ ପ୍ରଦେଶ ଓଡ଼ିଶା କଥା ଚିନ୍ତାକଲେ ସଂପ୍ରତି ଜନଗଣନା ଅନୁସାରେ ଆମ ରାଜ୍ୟର ଜନସଂଖ୍ୟା ପ୍ରାୟ ୪.୭୦ କୋଟି ।ଏଥିରୁ ସ୍ପଷ୍ଟ ଅନୁମୟ ଯେ, ଜନସଂଖ୍ୟା ବୃଦ୍ଧି ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଯାହାକୁ ଅର୍ଥଶାସ୍ତ୍ରୀ ମାନେ ଜନ ବିସ୍ଫୋରଣର ଆଖ୍ୟା ଦେଇଛନ୍ତି

Nalco
Leave A Reply