Odisha news

ପବ୍-ଜି ବଦଳରେ ଖେଳି ପାରିବେ ଏହି ସବୁ ଗେମ୍

0

ନୂଆଦିଲ୍ଲୀ -ଭାରତ ସରକାର ଆଜି ସନ୍ଧ୍ୟାରେ ପବଜି ସମେତ ୧୧୮ଟି ମୋବାଇଲ ଆପ ଉପରେ ପତିବନ୍ଧକ ଲଗାଇଛନ୍ତି l ଏହି ପବଜି ଗେମ୍ ଟି ଭାରତୀୟ ମାନଙ୍କ ମଧ୍ୟରେ ଖୁବ ଆଦୃତ ଥିଲା l ତା ବଦଳରେ ଏବେ ଦୁଇଟି ଗେମ୍ ଆପ ଭାରତୀୟ ମାନଙ୍କ ପାଇଁ ଆସିଛି l

୧- ଗାରେନା ଫ୍ରି ଫାୟାର-ଗାରେନା ଫ୍ରି ଫାୟାର ଗେମ୍ ଟି ଗୋଟିଏ ରାଜକୀୟ ଯୁଦ୍ଧ ଗେମ୍ ଅଟେ l ଏହି ଗେମ୍ ଟି ଉଦ୍ଭାବନ ହୋଇଛି ୧୧୧ ଡଟସ୍ ସ୍ଟୁଡ଼ିଓ ଦ୍ୱାରା ଓ ଏହାକୁ  ଗାରେନା ଏକ ସିଙ୍ଗାପୁର କମ୍ପାନୀ ଆଣ୍ଡ୍ରଏଡ଼ ଓ IOS ପାଇଁ ଲଞ୍ଚ କରିଥିଲା l ଏହା ୨୦୧୯ ରେ ସବୁଠୁ ଅଧିକ ଆଦୃତ ଗେମ୍ ହୋଇଥିଲା ଓ ତାକୁ ପ୍ରସିଦ୍ଧ ଗେମ୍ ର ପୁରସ୍କାର ଗୁଗୁଲ ପ୍ଲେ-ଷ୍ଟୋର ଦ୍ୱାରା ମିଳିଥିଲା l
ଖେଳାଳି ମାନେ ଯୁଦ୍ଧକ୍ଷେତ୍ରକୁ ପ୍ୟାରାସୁତ ଦ୍ୱାରା ଅବତରଣ କରିଥାନ୍ତି ଓ ୬୦ ଟି ଖେଳାଳିଙ୍କ ମଧ୍ୟରୁ ଜଣେ ମାତ୍ର ବିଜେତା ହୋଇଥାନ୍ତି l

୨- ଫୋର୍ଟନାଇଟ୍ -ଏକ ଅନଲାଇନ ଭିଡିଓ ଗେମ୍ ଅଟେ l ଏହା ଏପିକ୍ ଗେମ୍ ସ୍ଟୁଡ଼ିଓ ଗୋଟିଏ ଆମେରିକାନ କମ୍ପାନୀ ଦ୍ୱାରା ୨୦୧୭ ରେ ରିଲିଜ କରାଯାଇଥିଲା l ଏହା ତିନି ପ୍ରକାରର ଅଲଗା ଗେମ୍ ମୋଡ଼ରେ ମିଳିଥାଏ କିନ୍ତୁ ତାର ଜେନେରାଲ ଗେମ୍ ପ୍ଲେ ଓ ଗେମ୍ ଇଞ୍ଜିନ ସମାନ ଥାଏ l

ଏହି ଦୁଇଟି ଗେମ୍ ବ୍ୟତୀତ କଲ ଅଫ ଡିଉଟି ମୋବାଇଲ ,ରୁଲସ ଅଫ ସାରଭାଇଭାଲ ,ଗ୍ରାଣ୍ଡ ବ୍ୟାଟେଲ ରୟାଲସ ମଧ୍ୟ ଖେଳିବା ପାଇଁ ରହିଛି l

Leave A Reply