ରାୟଗଡା,୯।୬ (ସ ବ୍ଯୁ)ରାୟଗଡ଼ ବ୍ଲକ କୁମ୍ଭୀକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜାପାଇ ଗ୍ରାମରେ ପରମ୍ପରାଗତ କୃଷି ବିକାଶ ଯୋଜନାରେ କୃଷି ଓ କୃଷକ ସଶକ୍ତୀକରଣ ଓଡିଶା ସରକାରଙ୍କ ତରଫରୁ ପି. ଡି. ଆତ୍ମା-ରାୟଗଡ଼ାଙ୍କ ଆର୍ଥିକ ସହାୟତରେ ଏବଂ ସ୍ବେଛାସେବୀ ଅନୁଷ୍ଠାନ ଅଗ୍ରଗାମୀର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଜୈବିକ କୃଷକ ସଂଘ ମାନଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ କରଯାଇଥିଲା ।
ସ୍ଥାନୀୟ କୃଷକ ସଂଘ ମାନଙ୍କୁ ମାଣ୍ଡିଆ ମାର୍କର, ପାୱାର ସ୍ପ୍ରେୟର, ୱିଙ୍ଗ ମେଶିନ ଏବଂ ଡ୍ରମ ସିଡେର ପ୍ରଦାନ କରଯାଇଥିଲା । ଏହିପରି ଭାବରେ ରାୟଗଡ଼ା ବ୍ଲକର ପୁଞ୍ଜାପାଇ, କୁଟୁଳି, ସାନମାଣଧରା, ବଡ଼ମାଣଧରା ଏବଂ ଉଲୁକାତୁଣ୍ଡା ଗ୍ରାମରେ ମୋଟ୧୦ ଗୋଟି ଜୈବିକ କୃଷକ ସଂଘକୁ କୃଷି ଯନ୍ତ୍ରପାତି ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ନନ୍ଦ କିଶର ସିଂ ଭାରପ୍ରାପ୍ତ ସିଡିଏଓ ଜେ ସୂର୍ୟ ରାଓ ବ୍ଲକ କୃଷି ଅଧିକାରୀ ରାୟଗଡ଼ା ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଗ୍ରଗାମୀର ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।