ୱାଶିଂଟନ:ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି। ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଦଙ୍ଗା ସାଙ୍ଗକୁ ଲୁଟପାଟ ଚାଲିଥିବା ଖବର ମଧ୍ୟ ମିଳିଛି। ଦଙ୍ଗା ରାଜଧାନୀ ୱାଶିଂଟନ ଡିସି ଏବଂ ହ୍ୱାଇଟ୍ହାଉସ ପର୍ଯ୍ୟନ୍ତ ପହଞ୍ଚି ଗଲାଣି।
ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ପରିସ୍ଥିତିକୁ ଦେଖିବା ପରେ ଓ୍ୱାଶିଂଟନ୍ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସେନା ମୁତୟନ କରାଯାଇଛି ।
ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ବୋଧନ ପୂର୍ବରୁ ସେନା-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ସେନା ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଗିରଫ ହୋଇଛନ୍ତି ଶତାଧିକ ବିକ୍ଷୋଭକାରୀ। ହିଂସାକୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ତୁଳନା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଅନ୍ୟପକ୍ଷେ ପୋଲିସର ବର୍ବରତା ପ୍ରତିବାଦରେ ଉତ୍ତେଜନା ଲାଗି ରହିଛି। ସ୍ଥିତିକୁ ଦେଖି ୱାଶିଂଟନ୍ ଡିସି ସହ ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଛି।