Odisha news

ବାଲ୍ୟାବସ୍ଥାରୁ ଦୃଷ୍ଟିଶକ୍ତି ହରାଇ ଥିବା ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ମିନି ଷ୍ଟୁଡ଼ିଓ ମାଧ୍ୟମରେ ଯେଉଁ ଅଭିନବ ଅଡ଼ିଓ ଶିକ୍ଷା ଦାନ ଆରମ୍ଭ କରିଛନ୍ତି କରିଛନ୍ତି ତାହା ଲୋକ ଲୋଚନ ରେ ଆଦୃତ .

0
ରାୟଗଡା,୧୫ ।୪ (rabindra patkhandal)କୋରନା ଭୂତାଣୁର ଆତଙ୍କରେ ସମଗ୍ର ବିଶ୍ବ ଆତଙ୍କିତ ହୋଇଥିବା ବେଳେ କୋରନା ମହାମାରୀର ମୁକାବିଲା କରିବା ପାଇଁ ଯେଉଁ ଯୋଦ୍ଧାଗଣ  ସେମାନଙ୍କ ସମୟ ଓ ସାଧନକୁ ସମାଜର ମଙ୍ଗଳ ପାଇଁ ବିନିଯୋଗ କରିଥାନ୍ତି ,ସେମାନଙ୍କ ମଧ୍ୟରେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ଅନ୍ୟତମ। ବାଲ୍ୟାବସ୍ଥାରୁ ଦୃଷ୍ଟିଶକ୍ତି ହରାଇ ଥିବା ଶ୍ରୀ ଯୁକ୍ତ ଦାଶ ଜୀବନର ପ୍ରତିଟି ପଦକ୍ଷେପରେ  ପ୍ରତିକୂଳ  ପରିସ୍ଥିତିର ସାମନା କରି ବି ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। 1999 ମସିହାରେ ରାଜ୍ୟ ରେଡକ୍ରସ ପୁରସ୍କାର ପ୍ରାପ୍ତ ପ୍ରଫେସର ଦାଶ ସାଧାରଣ ଛାତ୍ରଛାତ୍ରୀମାନଙ୍କସହ ଦୃଷ୍ଟିବାଧିତ  ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟାପନା କ୍ଷେତ୍ରରେ  ସମାନ  ସୁଯୋଗ ପ୍ରଦାନ କରିବା ପାଇଁ ତଥା  କୋରନା  ପରିପ୍ରେକ୍ଷୀରେ ଘରେ ଘରେ ତାଙ୍କ ଶିକ୍ଷା ଦାନକୁ ପହଞ୍ଚେଇବା ପାଇଁ  ନିଜ ପତ୍ନୀ ନୀଳିମା ଦାଶଙ୍କ ସହାୟତାରେ ନିଜର ମିନି ଷ୍ଟୁଡ଼ିଓ ମାଧ୍ୟମରେ ଯେଉଁ ଅଭିନବ ଅଡ଼ିଓ ଶିକ୍ଷା ଦାନ ଆରମ୍ଭ କରିଛନ୍ତି ତାହା ବାସ୍ତବିକ ଅତି ନିଆରା ଅଟେ। ନିଜେ ଦୀପ ଭଳି ଜଳି ଜଳି ଅନ୍ଧକାର ମଧ୍ୟରେ ଓଡିଶାର ଦୃଷ୍ଟିହୀନ ଛାତ୍ର ମାନଙ୍କୁ ଦୃଷ୍ଟିଷ୍ମାନ ଛାତ୍ରଛାତ୍ରୀ ମାନଙ୍କ ସହ ସମାସ୍କନ୍ଦ କରି ଗଢି ତୋଳିବା ପାଇଁ ସିବିସିଏସ୍ ପାଠ୍ୟ ଖସଡ଼ା ଅନୁଯାୟୀ  ସେ  “Let’s know history” online ମାଧ୍ୟମରେ ପ୍ରସ୍ତୁତ କରିଥିବା ୧୦ ହଜାର ସଂକ୍ଷିପ୍ତ ପ୍ରଶ୍ନୋତ୍ତର କୋରନା ପରିସ୍ଥିତିରେ ଶ୍ରେଣୀ ଗୃହର  ଶିକ୍ଷାଦାନ ବନ୍ଦ ଥିବାବେଳେ “ଏକଲବ୍ଯର ଶିକ୍ଷା ଗ୍ରହଣ ପଦ୍ଧତି” ଭଳି ମନେହୁଏ। ପ୍ରକାଶ ଥାଉକି ଯେ ,ଶ୍ରୀ ଦାଶ ପ୍ରସ୍ତୁତ କରିଥିବା  ପ୍ରତିଟି ଅନଲାଇନ ଏବଂ ଅଡିଓ ଫାଇଲ ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମ ଏବଂ ନିଜସ୍ୱ ଖର୍ଚ୍ଚରେ ହିଁ ତାଙ୍କ ବାସଭବନରେ ପ୍ରସ୍ତୁତ କରିଥାନ୍ତି। ବ୍ରେଲ୍ ପାଠ୍ୟ ପୁସ୍ତକ ଅଭାବ ଥିବା ବେଳେ ଏହା ଯେମିତି ଦୃଷ୍ଟି ହୀନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବରଦାନ ସଦୃଶ୍ୟ । ଏଗୁଡିକ ଯେ କେବଳ ପରୀକ୍ଷା ଉପଯୋଗୀ ତାହା ନୁହଁ ବରଂ ଯେକୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ବି ଅତି  ଉପାଦେୟ  ମନେହୁଏ। ଏ ଦିଗରେ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଗଲେ ପ୍ରଫେସର ଦାଶଙ୍କର ଏହି ଉଦ୍ୟମ ଅଗଣିତ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଧକାର ମଧ୍ୟରେ ଆଲୋକ ପ୍ରଦାନ କରିପାରିବ, ଏଥିରେ ସନ୍ଦେହ ନାହିଁ। ଏଠାରେ ପ୍ରକାଶ ଥାଉକି ଯେ ପ୍ରଫେସର ଦାଶ୧୮ଟି ପୁସ୍ତକ ରଚନା କରି ତଥା ଗୀତା ପ୍ରବଚନ ପ୍ରଦାନ କରି ବହୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ରାୟଗଡ଼ା ନିବାସୀ ସ୍ବର୍ଗତ ରାମଚନ୍ଦ୍ର ଦାଶ ଓ ମଞ୍ଜୁଳା ଦାଶଙ୍କର ଜ୍ୟେଷ୍ଠପୁତ୍ର ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ଏ ମାଟିର ଜଣେ ସୁଯୋଗ୍ଯ ସନ୍ତାନ । ଦୃଷ୍ଟି ବାଦିତା ତାଙ୍କପାଇଁ ଏକ ଅଭିଶାପ ନୁହଁ ,ଏକ ଆଶୀର୍ବାଦ ବୋଲି ସେ କହିଛନ୍ତି।
Har Ghar Tiranga

Leave A Reply