ଟିକା ଦେବାକୁ ଆଣିଥିବା ଶିଶୁ ବଦଳରେ ମୃତ ଶିଶୁ ବଦଳ ଅଭିଯୋଗ
ବାରିପଦା : ସ୍ଥାନୀୟ ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ପିଲା ବଦଳ ଅଭିଯୋଗ ହୋଇଛି । ଟୀକା ନେବାକୁ ଆସିଥିବା ୧୭ଦିନର ଏକ ଶିଶୁ ବଦଳରେ ହସ୍ପିଟାଲରେ ଏକ ମଲା ଶିଶୁକୁ ବଦଳ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛିୟ ସ୍ଥାନୀୟ ପୋଡ଼ାଅସ୍ତିଆ ଅଂଚଳର ଏହି ପରିବାର ଶିଶୁକୁ ଟୀକା ଦେବା ନିମନ୍ତେ ଆଜି ହସ୍ପିଟାଲରୁ ଫୋନ୍ ଯାଇଥିଲା । ସେହି ଅନୁସାରେ ପରିବାର ପକ୍ଷରୁ ଶିଶୁଟିକୁ ହସ୍ପିଟାଲ ଅଣାଯାଇଥିଲା । ଟୀକା ପ୍ରଦାନ ନିମନ୍ତେ ଶିଶୁକୁ ଭିତରକୁ ନିଆଯାଇଥିଲା । ମାତ୍ର କିଛି ସମୟ ପରେ ଏକ ମୃତ ଛୁଆକୁ ଆଣି ପରିବାରକୁ ହସ୍ତାନ୍ତର କରାଯାଉଥିଲା । ଏହାକୁ ସମ୍ପର୍କୀୟମାନେ ବିରୋଧ କରିଥିଲେ । ମୃତ ଶିଶୁଟି ସେମାନଙ୍କର ନୁହେଁ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ଏନେଇ ହସ୍ପିଟାଲରେ ଉତେଜନା ଲାଗିରହିଛି ।
Next Post