Odisha news

ଆମାଜନ୍‌ ପ୍ରାଇମ୍‌ ସହ ପ୍ରିୟଙ୍କା ଚୋପଡାଙ୍କ ଡିଲ୍

0

‌ ପ୍ରଡୁ୍ୟସର୍‌- ଆକେଫ୍ରସ୍‌ ପ୍ରିୟଙ୍କା ଚୋପଡା ଗ୍ଲୋବାଲ ଟେଲିଭୁଜନରେ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି । ଏବେ ପ୍ରିୟଙ୍କା ଆମାଜନ୍‌ ପ୍ରାଇମ୍‌ ସହିତ ଦୁଇ ବର୍ଷ ପାଇଁ ମଲଫିମିଲିୟନ୍‌ ଡଲାରର ଡିଲ୍‌ କରିଛନ୍ତି । ଏହା ଜରିଆରେ ସେ ବିଶ୍ୱସ୍ତରରେ ଟିଭି ଦୁନିଆକୁ ଦେଶୀ କଣ୍ଟେଣ୍ଟ୍‌ ଆଣିବେ । ସେ ଇନ୍‌ଷ୍ଟାଗ୍ରରାମ୍‌ ଆକାଉଣ୍ଟରେ ଲେଖିଛନ୍ତି, ମୁଁ ସବୁବେଳେ ଭାଷା ଓ ଭୂଗୋଳ ସହିତ ରଚନାତ୍ମକ ପରିଦୃଶ୍ୟ ପାଇଁ ସ୍ୱପ୍ନ ଦେଖୁଥିଲି । ମୋ ପ୍ରଡକ୍ସନ୍‌ ହାଉସ୍‌ ପର୍ପଲ ପେବଲ ପିକcର୍ସର ଏହା ସବୁବେଳେ ଡିଏନ୍‌ଏ ରହିଛି ଓ ଏହି ପ୍ରତିଷ୍ଠାନ ଆମାଜନ୍‌ ସହିତ ନୂଆ କାମକୁ ନେଇ ବେଶ୍‌ ଉତ୍ସାହିତ । ଜଣେ କାହାଣୀକାର ଭାବେ ମୁଁ ନୂଆ ଆଇଡିଆ ଖୋଜିବାକୁ ଚେଷ୍ଟା କରିଥାଏ ଯାହା ମନୋରଞ୍ଜନ କରିବା ସହ ଲୋକଙ୍କୁ ଏକ ନୂଆ ଦୃଷ୍ଟିକୋଣ ଦେବ । ୨୦ ବର୍ଷ କ୍ୟାରିୟର୍‌ର ପ୍ରାୟ ୬୦ ଫିଲ୍ମ ପରେ ମୁଁ ତାହା ହାସଲ କରିବା ରାସ୍ତାରେ ଅଛି ବୋଲି ଆଶା କରୁଛି । ସେ ପୂର୍ବରୁ ଆମାଜନ୍‌ର ଦୁଇଟି ପ୍ରୋଜେ- କଫରେ କାମ କରୁଛନ୍ତି ।

Leave A Reply

Your email address will not be published.