Odisha news

ଟପ୍‌ ହଣ୍ଡ୍ରେଡ୍‌ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍‌ଡା

0

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍‌ଡା (ପିସି) ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ବେଶ୍‌ ସଫଳତା ହାସଲ କରିଛନ୍ତି । ଅନେକ ବଡ଼ ମଞ୍ଚରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଏବେ ପ୍ରିୟଙ୍କା ନାମ ସବୁଠୁ ସଫଳ ଓ ଉତ୍ସାହୀ ୧୦୦ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଅନ୍‌ଲାଇନ୍‌ ପ୍ଲାଟଫର୍ମ କ୍ରିଏଟ୍‌ ଆଣ୍ଡ୍‌ କଲଫିଭେଟ୍‌ ନିଜର ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ପ୍ରିୟଙ୍କାଙ୍କୁ ଏଣ୍ଟରଟେନମେଣ୍ଟ୍‌ କାଟିଗରୀର ଶୀର୍ଷ ୧୦୦ ସଫଳ ମହିଳାଙ୍କ ମଧ୍ୟରେ ସାମିଲ କରାଯାଇଛି । େୱବ୍‌ସାଇଟ୍‌ ଅନୁଯାୟୀ ଫ୍ୟାଶନ୍‌, ଫୁଡ୍‌, ଏଣ୍ଟରଟେନ୍‌ମେଣ୍ଟ୍‌, ଅଣ୍ଟରପ୍ରେନୁ୍ୟରଶିପ୍‌, ହେଲ୍‌ଥ, କଣ୍ଟେଣ୍ଟ କ୍ରିଏଶନ୍‌, ବୁ୍ୟଟି ଓ ମୁ୍ୟଜିକ୍‌ କ୍ଷେତ୍ରର ମହିଳାଙ୍କୁ ସୂଚୀରେ ସାମିଲ କରାଯାଇଛି । ଏହି ସୂଚୀରେ ସ୍ଥାନ ପାଇଥିବାରୁ ପ୍ରିୟଙ୍କା ଖୁସି ବ୍ୟକ୍ତ କରି କହିଛନ୍ତି, ‘କ୍ରିଏଟ୍‌ ଆଣ୍ଡ୍‌ କଲଫିଭେଟ୍‌ର ଧନ୍ୟବାଦ୍‌… ଯିଏ ପ୍ରତି ବର୍ଷ ଏଣ୍ଟରଟେନ୍‌ମେଣ୍ଟ୍‌ କାଟିଗରୀରେ ମୋ ନାମ ସାମିଲ କରିଆସୁଛି । ଏଥି ସହ ଏକ ଲିଙ୍କ୍‌ ସେୟାର୍‌ କରି ନିଜ ଅନୁଭବ ବିଷୟରେ ଲେଖିଛନ୍ତି ।

Leave A Reply