Odisha news

ଭାରତ ସହିତ ମୋ ସମ୍ପର୍କ ଖୁବ ନିବିଡ଼’ କହିଲେ ଆମେରିକା ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଭାରତ ସହିତ ତାଙ୍କର ଖୁବ ଭଲ ସମ୍ପର୍କ ବୋଲି କହିଛନ୍ତି ଓ ସେ ଦୁଇଥର ଭାରତ ଗସ୍ତ ପୂର୍ବରୁ କରିଛନ୍ତି l ସେ କହିଛନ୍ତି ଯେ ଆଗକୁ ମଧ୍ୟ ଭାରତକୁ ଆସିବେ l ଏହା ପୂର୍ବରୁ ଆମେରିକା ବିଦେଶ ବିଭାଗ ର ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି କି ଆମେ ଭାରତ ସହିତ ଭାଗିଦାରୀ କୁ ନେଇ ଚର୍ଚା କରିଛୁ ଓ ସମସ୍ତ ଦିଗକୁ ନେଇ ବିଚାର କରିଛୁ l ଶେଷରେ ପରିଣାମ ଏହା ବାହାରିଥିଲା ଯେ ପ୍ରତ୍ୟେକ ଦେଶର ରୂସ ସହିତ ଅଲଗା ସମ୍ପର୍କ ରହିଛି l

ସେ କହିଛନ୍ତି ରୁଷ ସହିତ ଭାରତର ସମ୍ବନ୍ଧ ଅନେକ ଦିନରୁ ରହିଛି l ଉଭୟ ଦେଶର ସୁ ସମ୍ପର୍କ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ସମୟରୁ ଆରମ୍ଭ ହୋଇଥିଲା l ଏହା କୌଣସି ମାସକର କିମ୍ବା ସପ୍ତାହକ ର ସମ୍ପର୍କ ନୁହେଁ, ଏହା ଦୀର୍ଘ ଦିନର ସମ୍ପର୍କ ଅଟେ l ଅଧିକାଂଶ ଦେଶ ମସ୍କୋ ସହିତ ନିଜର ସମ୍ପର୍କ କୁ ନୂତନ ଭାବରେ ବିକଶିତ କରିବାକୁ ଚାହୁଁଛନ୍ତି l କିନ୍ତୁ ଏହାସବୁ ସତ୍ୱେ ମଧ୍ୟ ଆମେ ନିଜର ଭାରତୀୟ ଭାଗିଦାର ମାନଙ୍କୁ ସ୍ପଷ୍ଟ କରି ଦେଇଛୁ ଯେ ଆମେ ତାଙ୍କ ସହିତ ସବୁ ସମୟରେ ଅଛୁ l ଭାରତ ସହିତ ଏହି ଚୁକ୍ତି ରେ ଆମ ସହିତ ସଂଯୁକ୍ତ ଆରବ ଓ ଇସ୍ରାଏଲ ରହିଛନ୍ତି l

Leave A Reply

Your email address will not be published.