ପାରାଦୀପ : ସମସ୍ତେ ଚାକିରି ପଛରେ ନଗୋଡାଇ, ବିଜିନେସ୍ କରିବା ସହ ଅନ୍ୟକୁ ଚାକିରି ଦେବାର ସୁଯୋଗ ସୃଷ୍ଟି କରିବା ଦରକାର | ଆଜି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦୀପ ଗ୍ରସ୍ତ କରି ପାରାଦୀପ ବନ୍ଦର ଦ୍ୱାରା ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ରେ ଯୋଗ ଦେଇ ଏହା ଆହ୍ଵାନ ଦେଇଛନ୍ତି । ମହାମହିମ ରାଷ୍ଟ୍ରପତି ଆଜି ଦିନ 9 ଟା 40 ମିନିଟରେ ବାୟୁସେନା ର ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ପାରାଦୀପ ରେ ପହଁଚିବା ପରେ ସେଠାରୁ ପ୍ରସ୍ତୁତ ଥିବା କାରକେଟ ରେ ଯାଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି ପାରାଦୀପ ପାଇଁ ଥିଲା ଏକ ଐତିହାସିକ ଦିନ । ପ୍ରଥମ ଥର ପାଇଁ ଆଜି ପାରାଦୀପରେ ପାଦ ପଡିଥିଲା ଭାରତର ପ୍ରଥମ ନଗରିକଙ୍କର । ବନ୍ଦର ପରିସରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ରେ ଯୋଗଦେଇ ଆୟୋଜିତ ଯଜ୍ଞରେ ଆହୁତି ପ୍ରଦାନ କରିବା ସହ ସାଧବ ପୁଅ ଙ୍କ ହାତକୁ କଳସ ସମର୍ପଣ କରିଥିଲେ । ପ୍ରଥମେ ଜୟ ଜଗନ୍ନାଥ ରୁ ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ସେ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମା ରେ ଡଙ୍ଗା ଭସାଇ ଥିବାର କହିବା ସହ ଆଜି ସେହି କଥା ତାଙ୍କର ମନେ ପଡୁଥିବାର କହିଥିଲେ । ସ୍କୁଲରେ ପଢ଼ୁଥିବା ବେଳେ ଗୋପବନ୍ଧୁ ଦାସଙ୍କ ରେଳ ଉପରେ ଚିଲିକା ଦର୍ଶନ ର କଥା ଓ ଆ କା ମା ବୈ କଥା କୁ ସ୍ମରଣ କରି ଓଡ଼ିଆ ଜାତିର ଅସ୍ମିତାକୁ ମନେ ପକାଇ ଥିଲେ ମହାମହିମ ରାଷ୍ଟ୍ରପତି । କାରଗୋ ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ସାରା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।ବନ୍ଦର କତ୍ତୃପକ୍ଷ ନିଷ୍ଠା ପାରିଦର୍ଶିତା ରଖି ଏହାକୁ ଆହୁରି ଆଗକୁ ନେବା ଆବଶ୍ୟକ ବୋଲି ସେ କହିଥିଲେ । ଅତୀତରେ ସାଧବ ପୁଅ ମାନେ ଯେପରି ସାତ ସମୁଦ୍ରରେ ଦକ୍ଷତା ଦେଖାଇ ଆସୁଥିଲେ ଆଜିର ଯୁବ ପିଡ଼ି ସେମାନଙ୍କୁ ଅନୁସରଣ କରିବା ସହ କେବଳ ଚାକିରୀ ପଛରେ ନଗୋଡ଼ାଇ ନିଜେ ବାଣିଜ୍ୟ ବ୍ୟବସାୟ ତଥା ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ମଧ୍ୟ ଚାକିରୀ ଦେବାକୁ ପରାମର୍ଶ ଦେଇଥିଲେ ।
ପାରାଦୀପ ଠାରେ ମହାମହିମ ରାଷ୍ଟ୍ରପତି ଙ୍କ କରକମଳରେ ମଲ୍ଟି ମୋଡେଲର ଲଜିଷ୍ଟିକ ପାର୍କର ଶୁଭ ଉଦ୍ଘାଟନ କରାଯିବା ସହ ନୂତନ ୱାଟର ରିଜର୍ଭର ତ୍ରିଟମେଂଟ ପ୍ଲାଣ୍ଟ ଓ ଭେସେଲ ଟ୍ରାଫିକ ମ୍ୟାନେଜମେଣ୍ଟ ଆଣ୍ଡ ଇଂଫରମେସନ ସେଣ୍ଟର ର ଶିଳାନ୍ୟାସ କରିଥିଲେ । ଅପେକ୍ଷା କରିଥିବା ରାଷ୍ଟ୍ରପତି ଙ୍କୁ ଅତି ନିକଟରେ ପାଇ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଜନ ସାଧାରଣ ବେଶ ଖୁସିବ୍ୟକ୍ତ କରିଥିଲେ । ସ୍ତାନୀୟ ଗୋପବନ୍ଧୁ ଷ୍ଟାଡିୟମ ରୁ ଆସିବା ସମୟରେ ନୂଆବଜାର ସାଇ ମନ୍ଦିର ପାଖରୁ ରାଷ୍ଟ୍ରପତି ଚାଲି ଚାଲି ଯିବା ସହ ସ୍କୁଲ ପିଲାଙ୍କ ସହ ହାତ ମିଳାଇ ତାଙ୍କୁ ଚକୋଲେଟ ବାଣ୍ଟିଥିଲେ | ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଶାନ୍ତନୁ ଠାକୁର,ଶ୍ରୀପଦ ଏଶୋ ନାୟକ,ରାଜ୍ୟ ଓଡିଶା ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ, ଅତନୁ ସବ୍ୟସଚୀ ନାୟକ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରାଷ୍ଟ୍ରପତି ନେହୁର ବଙ୍ଗଳା ଠାରେ ପାରମ୍ପରିକ ମସ୍ୟଜୀବୀ ମାନଙ୍କ ସହ ଆଲୋଚନା କରିବା ପରେ ପାରାଦୀପରୁ ବିଦାୟ ନେଇଥିଲେ ।
1-ରାଷ୍ଟ୍ରପତି ସମୁଦ୍ର ଭିତରେ ଭାରତୀୟ ତଟରକ୍ଷୀ ବାହିନୀର ଯୁଧ୍ୟ ଜାହାଜ ଆଇ ଏନ ଏସ ଅମୋଘ ରେ
2-ନୂଆବଜାର ପାଖରେ ରାସ୍ତାରେ ସାଧାରଣ ଲୋକଙ୍କୁ ଭେଟିଲେ
3-ସ୍କୁଲ ପିଲା ଙ୍କୁ ଚକୋଲେଟ ବାଣ୍ଟିଲେ
4-ବନ୍ଦର ମଧ୍ୟରେ ଆୟୋଜିତ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ
5-ବନ୍ଦର ମଧ୍ୟରେ ପାରମ୍ପରିକ ବାଦ୍ୟ ରେ ସ୍ୱାଗତ
6-ସାଧବ ପୁଅଙ୍କୁ ଶୁଭ କଳସ ପ୍ରଦାନ
7-ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଙ୍କ ସହ ସାକ୍ଷାତ
8-ମଂଚ ରେ ମହାମହିମ
9 – ବନ୍ଦର ମହିଳା କ୍ଲବ ଦ୍ଵାରା ସମ୍ବର୍ଦ୍ଧିତ
