Odisha news

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲ ପାଇଁ ପ୍ରସ୍ତୁତି ବୈଠକ ,ସହର ପାଇଁ ବିପଦହୋଇ ମାଡି ଆସୁଛି ନାଗାବଳୀ ନଦୀ

0

ରାୟଗଡା (Rabindra patkhandal): ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିପର୍ଯ୍ୟୟକୁ ମୁକାବିଲା କରାଯାଇ ପାରିବ ସେ ନେଇ  ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଡିଆରଡିଏ ସମ୍ମିଳନୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରସ୍ତୁତି ବୈଠକରେ ଅନୁସୁଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପରିଷଦ ସଭାପତି ଗଙ୍ଗାଧ ପୁଆଲା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି,ଡିଆରଡିଏ ଅମୃିତ ଋତୁାରାଜ, ଗୁଣପୁର ଉପ-ଜିଲ୍ଲାପାଳ ଏସ.ବଳିରାମ ବନ୍ଦର, ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ଶ୍ରୀ ବେହେରା ବର୍ତମାନ ପରିସ୍ଥିତିରେ ୨ଟି ପ୍ରାକୃତିକ ବିପର୍ଯ୍ୟୟ କରୋନା ସହ ସାମ୍ଭାବ୍ୟ ବନ୍ୟା ଓ ବାତ୍ୟାର ଦୃଢତାର ସହ ମିୁକାବିଲା କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ସାମାଜିକ ଦୂରତା ବଜାୟ ରଖି ଆମେ ସମସ୍ତେ ଆଗକୁ ବଢିବା ବୋଲି ମଧ୍ୟ ପ୍ରକାଶ କରିଥିଲେ । ତେବେ ପ୍ରସ୍ତୁତି ବୈଠକରେ ବିଡିଓ ମାନଙ୍କୁ ଡକାଯାଇନ ଥିବାରୁ ପିଡି, ଡିଆରଡିଏଙ୍କ ନିର୍ଦେଶରେ ବିଡିଓ ମାନେ କାମ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ ।

ଅତିରିକ୍ତି ଜିଲ୍ଲାପାଲ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଗୁୃଡିକ ଆଲୋଚନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲ ନିମନ୍ତେ ଏବେ ଠାରୁ ବ୍ଲକ ପ୍ରଶାସନ ନିଜ ନିଜ ପଂଚାୟତକୁ ନେଇ ଏକ କମିଟି ଗଠନ କରି ବିପଦ ସଂକେତ ଥିବା ସ୍ଥାନ ଗୁଡିକ ଚିହ୍ନଟ କରି ରଖିଥିବେ । ବର୍ଷା ଏବଂ ବାତ୍ୟା ସମୟରେ ଏ ସ୍ଥାନ ଗୁଡିକ ବିଶେଷ ଧ୍ୟାନ ଦେବା ପାଇଁ ଶ୍ରୀପଣ୍ଡା ପ୍ରକାଶ କରିଥିଲେ । ବର୍ଷା ଏବଂ ବାତ୍ୟା ସମୟରେ ଯେପରି କୌଣସି ପ୍ରାଣହାନି ନ ହୁଏ ସେଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ମଧ୍ୟ ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ୨ଟି ନଦୀ ନାଗାବଳୀ  ଓ ବଂଶଧାରା ନଦୀର ପାଣି ଯେପରି ବିପଦ ସଂକେତ ନ ଟପିବ ଏବଂ ନଦୀ ଗୁଡିକରୁ ଜଳ ଯେପରି ନିଷ୍କାସିତ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ନଦୀର ଗତିପଥ ବଦଳୁଥିବା ଯୋଗୁଁ ନାଗାବଳୀ ନଦୀ ବର୍ତ୍ତମାନ ସହରମୁହଁ ହେବାକୁ ଲାଗିଛି । ଯାହା ରାୟଗଡା ସହରବାସୀଙ୍କ ପାଇଁ ବଡ଼ ବିପଦର କାରଣ ହେବ ।

ରାୟଗଡା ସହର ଭିତରେ ମଧ୍ୟ ନଦୀ ଗୁଡିକ କୂଳ ଧସି ବିପଦ ସୃଷ୍ଟି କରିଚାଲିଛି । କେଉଁ ସମୟରେ ମଧ୍ୟ ଏହି ସହର ଭିତରକୁ ପ୍ରବେଶ କରିବା ସହ ଗାଁ ଗୁଡ଼ିକ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି । ନାଗାବଳୀ ନଦ ଅଂଟାରିଗୁଡା ଠାରେ କୂଳ ଖାଉଥିବାରୁ ତାହା ବର୍ତମାନ ପାଇଁ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଗାର୍ଡ ୱାଲ କାମ ସରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ବିଧାୟକ । ତେବେ ଏଥି ନିମନ୍ତେ ଜଳସମ୍ପଦ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଛି ।

ବର୍ତମାନ ୨୦ କୋଟି ଟଙ୍କା ଅନୁମୋଦନ ଆସିଛି, ବାକି ଟଙ୍କା ଆସିଲେ ଶୀଘ୍ର ଗାର୍ଡ ୱାଲ କାମ ଆରମ୍ଭ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ନାଗାବଳୀ ନଦୀରେ ବିଦୁ୍ୟତ ଉତ୍ପାଦନ ପାଇଁ ନଦୀର ତଳ ମୁହଁରେ ଥିବା ହାତୀ ପଥର ନିକଟରେ ନଦୀର ଗତିପଥ ପରିବର୍ତ୍ତନ କରାଯାଥିଲା ଯଦ୍ୱାରା  ନଦୀ ସହର ମୁହାଁ ହୋଇ ବହୁ ଜମି ସହ ବହୁତ ଘର ନଦୀ ଗର୍ଭରେ ଲୀନ ହୋଇ ଜଳସ୍ତର ୫ ଶହ ଫୁଟ ଭୂ-ଗର୍ଭକୁ ଚାଲିଗଲା । ବର୍ତ୍ତମାନ ରାୟଗଡା ଜିଲ୍ଲାରେ ଜଳସ୍ତର କମି ଯାଉଥିବାରୁ ଆଡି ବନ୍ଧ ନିର୍ମାଣ କରିବା ପାଇଁ ଗୁରୁତ୍ୱ ଦେବା ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରକାଶ କରିଥିଲେ । ଏଥି ସହ ବର୍ଷା ଦିନ ଆରମ୍ଭ ହେଲେ କାଶିପୁର ବ୍ଲକ ସହ ରାୟଗଡା ବ୍ଲକରେ ଡାଇରିଆ ରୋଗ ଦେଖାଦେଇଥାଏ, ଏଣୁ ଏଥି ପ୍ରତି ମଧ୍ୟ ପ୍ରଶାସନ ତରଫରୁ ସଜାଗ ରହିବାକୁ ପଡିବ ବୋଲି ଶ୍ରୀପୁଆଲା ପ୍ରକାଶ କରିଥିଲେ ।

ଯୋଗାଣ ବିଭାଗକୁ ମଧ୍ୟ ସଜାଗ ରହିବା ସହ ଆବଶ୍ୟକୀୟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ରାସନ କାର୍ଡ ନଥିବା ଲୋକଙ୍କୁ ମାଧ୍ୟ ରାସନ ସାମଗ୍ରୀ ବଂଟନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀପଣ୍ଡା ପ୍ରକାଶ କରିଥିଲେ । ବର୍ଷା ପୂର୍ବରୁ ଖରାପ ପଡିଥିବା ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ମଧ୍ୟ ତ୍ୱରାନିତ କରିବା, ସହରାଚଂଳର ବିଭିନ୍ନ ବସ୍ତି ଗୁଡିକରେ ୱାଟର ଟ୍ୟାଙ୍କ ଲଗାଯାଇ ପାନୀୟ ଜଳ ଯୋଗାଣ କରିବା ଏବଂ ପଶୁ ସଂପଦ ବିଭାଗକୁ ପଶୁ ମାନଙ୍କ ନିମନ୍ତେ ଆବଶ୍ୟକୀୟ ଖାଦ୍ୟ ମଧ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ଶ୍ରୀବେହେରା ନିର୍ଦେଶ ଦେଇଥିଲେ । ଏଥି ସହ ୧୫ ଅକ୍ଟୋବର ଯାଏଁ ଜରୁରୀକାଳୀନ ସେବା ନିମନ୍ତେ ୨୪ ଘଂଟିଆ କଂଟ୍ରୋଲ ରୁମ ଖୋଲାବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ଶେଷରେ ପିିଡି, ଡିଆରଡିଏ ଧନ୍ୟବାଦ ଅର୍ପଣ କରିଥିଲେ । ସାମାଜିକ ଦୂରତା ବଜାୟ ରଖି ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply