ଖରାପ ଜୀବନଶୈଳୀ ଓ ଖରାପ ଖାଦ୍ୟ ପଦାର୍ଥ କାରଣରୁ ହାଇ ବ୍ଲଡ଼ ପ୍ରେସର ସମସ୍ୟା ଖୁବ ସାଧାରଣ ହୋଇ ଦେଖାଯାଉଛି l ହାଇ ବିପି ସମସ୍ୟା କୁ ହିଁ ହାଇପରଟେନ୍ସନ ସମସ୍ୟା କୁହାଯାଇ ଥାଏ l ଯେତେବେଳେ ଶରୀରର ବ୍ଲଡ଼ ଶେର୍କୁଲେସନ ସାମାନ୍ୟ ଠାରୁ ଅଧିକ ଦ୍ରୁତ ହୋଇଥାଏ, ସେତେବେଳେ ବ୍ଲଡ଼ ପ୍ରେସର ସମସ୍ୟା ଦେଖା ଯାଇଥାଏ l ହାଇ ବିପି ପୂର୍ବରୁ ଶରୀର ରେ କିଛିଟା ପରିବର୍ତନ ଦେଖା ଯାଇଥାଏ l ଯାହାକୁ ପ୍ରି -ହାଇପର ଟେନ୍ସନ ସମସ୍ୟା କୁହାଯାଇ ଥାଏ l ଆଜି ଦୁନିଆରେ ଏହି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ନେସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ର ରିପୋର୍ଟ ଅନୁସାରେ ଭାରତରେ ପ୍ରତ୍ୟେକ ୮ଜଣ ଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପ ରେ ପୀଡିତ ହୋଇଥାଏ l
ପ୍ରୀ – ହାଇପର ଟେନ୍ସନ କଣ –
ପ୍ରୀ – ହାଇପର ଟେନ୍ସନ ଗୋଟିଏ ଏଭଳି କଣ୍ଡିସନ ଅଟେ, ଯେଉଁଠାରୁ ହାଇ ବିପି ଆରଂଭ ହୋଇଥାଏ l ତେଣୁ ଏହାକୁ ଷ୍ଟେଜ 1 ପ୍ରୀ – ହାଇପର ଟେନ୍ସନ ମଧ୍ୟ କୁହାଯାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ , ପ୍ରୀ – ହାଇପର ଟେନ୍ସନ ଗୋଟିଏ ଆଲର୍ଟ ସାଇନ ଅଟେ l ଯାହାକି ଠିକ ସମୟରେ ଠିକ ପଦକ୍ଷେପ ଉଠାଇବା ପାଇଁ ଇସାରା କରିଥାଏ l ବିଶେଷ ଭାବରେ ଲାଇଫ ଷ୍ଟାଇଲ ରେ ପରିବର୍ତନ ଦ୍ୱାରା ଆପଣ ପ୍ରୀ – ହାଇପର ଟେନ୍ସନ ରୁ ରକ୍ଷା ପାଇ ପାରିବେ l
ପ୍ରୀ – ହାଇପର ଟେନ୍ସନ ର କଣ ରହିଛି ଲକ୍ଷଣ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ , ଅଧିକାଂଶ କେଶ ରେ ପ୍ରୀ – ହାଇପର ଟେନ୍ସନ ର ଲକ୍ଷଣ ନଜର ଆସି ନଥାଏ l ଯେଉଁ ଲୋକଙ୍କ ନିକଟରେ ଏହି କଣ୍ଡିସନ ଅଧିକ ଦିନ ପର୍ଯ୍ୟନ୍ତ ଦେଖା ଯାଇଥାଏ, ସେମାନେ ଅନେକ ଅସୁବିଧାର ସମୁଖୀନ ହୋଇ ଥାଆନ୍ତି l ପ୍ରୀ – ହାଇପର ଟେନ୍ସନ ରେ ଏଭଳି ଅନେକ ଲକ୍ଷଣ ଦେଖାଯାଇ ଥାଏ , ଯାହାକି ହାଇପର ଟେନ୍ସନ ର ଲକ୍ଷଣ ହୋଇଥାଏ l ଯେତେବେଳେ ଏହି ସମସ୍ୟା ଦେଖା ଯାଇଥାଏ ସେତେବେଳେ ହାର୍ଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ l
– ମସ୍ତିଷ୍କ ରେ ଲଗାତାର ହୋଇଥାଏ ଯନ୍ତ୍ରଣା
ଅଧିକ ଥକା ଲାଗିବା
ମନ ଅସ୍ଥିର ରହିବା ଓ ନିଦ ନହେବା
ଚିଡିଚିଡା ଲାଗି ଅଧିକ କ୍ରୋଧ ଆସିବା
– ପ୍ରୀ – ହାଇପର ଟେନ୍ସନ ର କାରଣ
ଅସନ୍ତୁଳିତଖାଦ୍ୟ ପେୟ ଓ ଖରାପ ଜୀବନଶୈଳୀ
ବିଳମ୍ବିତ ରାତିରେ ଖାଦ୍ୟ ଖାଇବା
ଶାରୀରିକ ପରିଶ୍ରମ ନକରିବା
ହାଇ କୋଲେଷ୍ଟ୍ରଲ ଓ ମଧୁ ମେହ ସମସ୍ୟା
– ପ୍ରୀ – ହାଇପର ଟେନ୍ସନ ରୁ କିଭଳି ନିଜକୁ ରକ୍ଷା କରିବେ
ପ୍ରୀ – ହାଇପର ଟେନ୍ସନ ର କୌଣସି ପରଫେକ୍ଟ ଚିକିତ୍ସା ନାହିଁ l ବିଶେଷ ଭାବରେ ଲାଇଫ ଷ୍ଟାଇଲ ଓ ଖାଦ୍ୟ ରେ ପରିବର୍ତନ କରି ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ l ପ୍ରୀ – ହାଇପର ଟେନ୍ସନ ରୁ ରକ୍ଷା ପାଇବା ପାଇଁ କିଛିଟା କଥାକୁ ବିଶେଷ ଭାବରେ ଧ୍ୟାନ ଦେଇ ଦେଖିବା ଜରୁରୀ l
– ପ୍ରତିଦିନ ୩୦ରୁ ୪୦ ମିନିଟ ବ୍ୟାୟାମ କିମ୍ବା ଯୋଗାସନ କରନ୍ତୁ l
– ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରନ୍ତୁ l
– ରକ୍ତଚାପ କୁ ନିୟନ୍ତ୍ରଣ ରଖିବା ପାଇଁ ମଦ୍ୟପାନ ଓ ସିଗାରେଟ ଠାରୁ ଦୁରେଇ ରୁହନ୍ତୁ l