Odisha news

ମନ୍ତ୍ରୀ ପ୍ରତାପ ଜେନା, ଏବଂ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ କୁଚିଣ୍ଡା ଗସ୍ତ. : ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

ସମ୍ବଲପୁର ଜିଲ୍ଲା ସ୍ଥିତ କୁଚିଣ୍ଡା ସଦର ମହକୁମା ଏନଏସି ର  ପଚାଂୟତିରାଜ, ଆଇନ,ପାନିୟ ଜଳ, ଗୃହ ଓ ନଗର ଉନ୍ନୟନ ପାଇଁ ମନ୍ତ୍ରୀ  ପ୍ରତାପ ଜେନା ଏବଂ  ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇ  ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି.  ଆଜି  ମନ୍ତ୍ରୀ ପ୍ରତାପ ଜେନା ୧ କୋଟି ୭୦ ଲକ୍ଷ ବ୍ୟୟ ଅଟକଳରେ  ନବନିର୍ମିତ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି। ଏହା ସହିତ କୁଚିଣ୍ଡା ଠାରେ ହେବାକୁ ଥିବା ୭୫ ଲକ୍ଷ ଟଙ୍କା ବ୍ୟୟ  ଅଟକଳରେ ମୂଲ୍ୟରେ ହେବାକୁ ଥିବା ସ୍ମାର୍ଟ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ  ସହରରେ ମେଗା ପାନିୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କରିଛନ୍ତି ।ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଏବଂ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇ ଉପସ୍ଥିତ ଥିଲେ। ପରେ କୁଚିଣ୍ଡା ଟାଉନ ହଲ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସରକାରୀ ଅର୍ଥରେ ଦଳୀୟ କର୍ଯ୍ୟକ୍ରମ ଭଳିଆ ହୋଇଥିବାରୁ ଏହାକୁ ପୌର ନିର୍ବାଚନ ର ବିଗୁଲ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଏହି କର୍ମୀ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ । କୁଚିଣ୍ଡା ଏନଏସିରେ ବିଭିନ୍ନ ସରକାରୀ ପ୍ରକଳ୍ପ ର ଉଦଘାଟାଣି ରେ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ମାନେ  ଉପସ୍ଥିତ ଥିଲେ.

Comments are closed.