Odisha news

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ : ପ୍ରଶାନ୍ତ କିଶୋର କିଏ?

0

ପାଟନା: ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରିଛନ୍ତି | ବିଗତ ୩୦ ବର୍ଷ ମଧ୍ୟରେ ବିହାର ପଛୁଆ ବୋଲି ପ୍ରଶାନ୍ତ କିଶୋରଙ୍କ ଦାବିକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ତେଜସ୍ୱୀ ଯାଦବ ପଚାରିଛନ୍ତି ଯେ ପ୍ରଶାନ୍ତ କିଶୋର କିଏ? ତେଜସ୍ୱୀ ଯାଦବ କହିଛନ୍ତି, ‘ପ୍ରଶାନ୍ତ କିଶୋରଙ୍କ ବିବୃତ୍ତି କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏପରିକି ଏଥିରେ କୌଣସି ପ୍ରତିକ୍ରିୟା ଦିଆଯାଇପାରିବ ନାହିଁ | ଏହା ଏକ ଭିତ୍ତିହୀନ ବିବୃତ୍ତି | ମୁଁ ଜାଣେ ନାହିଁ ସେ କିଏ? ବାସ୍ତବରେ ପ୍ରଶାନ୍ତ କିଶୋର କହିଥିଲେ ଯେ ଗତ ୩୦ ବର୍ଷ ମଧ୍ୟରେ ବିହାର ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶ କୁମାରଙ୍କ ଦ୍ୱାରା ଶାସିତ ହୋଇଛି ଓ ଏହି ସମୟ ମଧ୍ୟରେ ରାଜ୍ୟ ପଛରେ ପଡିଛି। ବିହାର ଏବେ ଦେଶର ଏକ ପଛୁଆ ରାଜ୍ୟ।

ଯଦି ବିହାରକୁ ଆଗକୁ ନେବାର ଅଛି ତେବେ ସେହି ପୁରୁଣା ପଥରେ ଗଲେ ହେବ ନାହିଁ। ଆମକୁ ନୂଆ ଦିଗ ଖୋଜିବାକୁ ପଡ଼ିବ। ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ରାଜ୍ୟ ଆଗେଇବ। କେହି ଜଣଙ୍କର ଚେଷ୍ଟାରେ ପରିବର୍ତ୍ତନ ହୋଇଯିବନି। ବିହାରର ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସମସ୍ତେ ଏକତ୍ରିତ ହେଲେ ହିଁ ପରିସ୍ଥିତି ସୁଧୁରିବ ବୋଲି ସେ ମତ ରଖିଥିଲେ । ସୂଚନା ଥାଉ କି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କିଛିଦିନ ତଳେ କଂଗ୍ରେସ ପକ୍ଷରୁ ଦଳରେ ଯୋଗଦେବା ପାଇଁ ପ୍ରସ୍ତାବ ଦିଆଯାଇ ଥିଲା। କିନ୍ତୁ ସେ ଦଳରେ ଯୋଗ ଦେଇନଥିଲେ ।

କିନ୍ତୁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ସଂପର୍କରେ ସେ କହିଥିଲେ ଯେ ରାଜନୀତି ତାଙ୍କ ନିଜ ରାଜ୍ୟ ବିହାରରୁ ଆରମ୍ଭ ହେବ। ଗଣତନ୍ତ୍ରରେ ଜଣେ ଅର୍ଥପୂର୍ଣ୍ଣ ଅଂଶଗ୍ରହଣକାରୀ ହେବା ଏବଂ ଲୋକାଭିମୁଖୀ ନୀତି ପ୍ରସ୍ତୁତ ନେଇ ୧୦ ବର୍ଷର ଉତ୍‌ଥାନପତନ ଯାତ୍ରା ଅତିବାହିତ ହୋଇଛି। ବର୍ତ୍ତମାନ ପ୍ରକୃତ ମାଲିକ ‘ଲୋକ’ଙ୍କ ନିକଟକୁ ଯିବାର ସମୟ ଆସିଛି। ଶେଷକୁ ସେ ହିନ୍ଦୀରେ ବିହାରରୁ ଆରମ୍ଭ ନେଇ ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ।

IEC 2 years
Leave A Reply