Odisha news

ପ୍ରମୋଦ ଭଗତ ଆଣିଲେ ଭାରତ ପାଇଁ ସ୍ବର୍ଣ୍ଣ ପଦକ : ସଫଳ ହେଲା ତାଙ୍କ ସ୍ବପ୍ନ

ନୂଆଦିଲ୍ଲୀ : ଭାରତର ପ୍ରସିଦ୍ଧ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରି ଗୌରବାନ୍ଵିତ କରିଛନ୍ତି । ସେ ୨୦୨୦ ଟୋକିଓ ପାରା ଅଲମ୍ପିକ୍ସ ରେ ଏହି ପଦକ ହାସଲ କରିଛନ୍ତି । ତାଙ୍କୁ ପୁରୁଷ ମାନଙ୍କ ଏକଲ SL 3 ରେ ବିଶ୍ୱର ପ୍ରଥମ ସ୍ଥାନ ଦିଆଯାଇଛି ।
ପ୍ରମୋଦ ଭାଗତ ଙ୍କ ର ଜନ୍ମ ଓଡ଼ିଶା ର ବରଗଡ଼ ଜିଲ୍ଲାରେ ୪ ଜୁନ ୧୯୮୮ ରେ ହୋଇଥିଲା । ସେ ଜଣେ ପାରା ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି । ଛୋଟ ବେଳରୁ ତାଙ୍କର ଗୋଟିଏ ଗୋଡ଼ ପରାଲିଶିସ ହୋଇ ଯାଇଥିଲା । ସେ ଅନେକ ଗୁଡ଼ିଏ ମେଡାଲ ନିଜ ନାମରେ କରିଛନ୍ତି ।
ସେ ୨୦୦୨ ରୁ ବିଧିବଦ୍ଧ ଭାବେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ନିଜର ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ୨୦୦୬ ରେ ରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗିତା ରେ ସ୍ୱର୍ଣ୍ଣ ପଦକ ହାସଲ କଲେ । ତାଙ୍କ ପିତାଙ୍କ ନାମ କୈଳାସ ଭଗତ୍ ଓ ମାଙ୍କ ନାମ କୁସୁମ ଭଗତ୍ । ସେମାନେ ୬ ଭାଇ ଭଉଣୀ ଅଟନ୍ତି । ଯେତେବେଳେ ପ୍ରମୋଦ ଙ୍କ ୧୩ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଥରେ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିଲେ । ସେ ଏହି ବ୍ୟାଡମିଣ୍ଟନ ମ୍ୟାଚ୍ ଦେଖି ଏତେ ପ୍ରଭାବିତ ହୋଇ ଯାଇଥିଲେ ଯେ ପ୍ରମୋଦ ବ୍ୟାଡମିଣ୍ଟନ ରେ ନିଜର କ୍ୟାରିଅର କରିବାକୁ ଚାହିଁଥିଲେ । ସେ ନିଜର ପ୍ରଥମ ମ୍ୟାଚ ୧୫ ବର୍ଷ ବୟସରେ ଖେଳିଥିଲେ ।
ସେ ଏହି ମ୍ୟାଚ୍ ରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ପ୍ରମୋଦ ଉଭୟ ପାଠପଢ଼ା ଓ ଖେଳରେ ଭଲ କରିଥାଆନ୍ତି । ସେ କୁହନ୍ତି ଖେଳ ତାଙ୍କ ପାଇଁ ଯେତିକି ଜରୁରୀ ପାଠ ମଧ୍ୟ ସେତିକି ଜରୁରୀ । ସ୍ନାତକ ଡିଗ୍ରୀ ହାସଲ କରିବା ସହ ହିରାନନ୍ଦ ଆଇଟିଆଇ ରୁ ଡିପ୍ଲୋମା ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।
ପ୍ରମୋଦ ଭଗତ୍ ୨୦୧୯ ରେ ଅର୍ଜୁନ ପୁରସ୍କାର ରେ ପୁରସ୍କୃତ ହେବା ସହ ବିଜୁ ପଟ୍ଟନାୟକ ପୁରସ୍କାର ମଧ୍ୟ ଲାଭ କରିଥିଲେ ।
Shares