Odisha news

ଶ୍ରୀଜଗନ୍ନାଥଙ୍କ ନାଁରେ ଥିବାର ଜମିର ମାଲିକ ମହାପ୍ରଭୁ ଜଗନ୍ନାଥ, ସରକାର ନୁହନ୍ତି : ପ୍ରଦିପ୍ତ ନାଏକ

ଭୁବନେଶ୍ୱର – ଶ୍ରୀଜଗନ୍ନାଥଙ୍କର ୩୫ ହଜାର ଏକର ଜମି ବିକ୍ରି କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି ବିଧାନସଭାରେ ଆଇନ ମନ୍ତ୍ରୀଙ୍କର ଉତରକୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା ପ୍ରଦିପ୍ତ ନାଏକ । ଶ୍ରୀ ନାଏକ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାଁରେ ଥିବା ସମସ୍ତ ଜମିର ମାଲିକ ହେଉଛନ୍ତି ନିଜେ ଜଗନ୍ନାଥ । ସରକାର କେବଳ ଏହାର ଜଗାରଖା କରିବେ, ମାଲିକ ନୁହନ୍ତି । ତେଣୁ ସରକାରଙ୍କର ସେହି ଜମିକୁ ବିକ୍ରିକରିବାର କୌଣସି ଅଧୀକାର ନାହିଁ ।


ଶ୍ରୀ ନାଏକ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସର୍ବମୋଟ ୬୦,୪୨୬ ଏକର ଜମି ଅଛି । ସେଥିରୁ ଯଦି ୩୫ ହଜାର ଜମି ବିକ୍ରିକରାଯାଏ ତାହେଲେ ମହାପ୍ରଭୁଙ୍କର ୫୮% ଜମି ଚାଲିଯିବ । ଏହାକୁ କରାଇ ଦିଆଯିବ ନାହିଁ । ସେହିପରି କଟକରେ ଯେଉଁ ୩୧୫ ଏକର ଜମିକୁ ସରକାର ବିକ୍ରି କରିସାରିଛନ୍ତି ସେଠାରେ ଏକର ପିଛା ମାତ୍ର ୩ ଲକ୍ଷ ୫୫ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି । କାହିଁକି ବଜାର ଦର ଅପେକ୍ଷା ଏତେ ଶସ୍ତାରେ ସେହି ୩୧୫ ଏକର ଜମିକୁ ବିକ୍ରି କରାଗଲା ତାହା ବଡ ସନେ୍ଦହ ଜନକ । ଏଠାରେ ଦୁର୍ନୀତିର ଆଭାସ ମିଳୁଛି । ପୁର୍ବରୁ ବଗଲା ଧର୍ମାଶାଳା ଜମିକୁ ପୁରୀ ଜିଲ୍ଲା ପ୍ରଶାସନ ଘରୋଇ ଲଜ ମାଲିକଙ୍କୁ ବିକୁଥିଲା । ପ୍ରତିବାଦ ହେବା ପରେ ସେମାନେ ଏହାକୁ ସ୍ଥଗିତ କରିଛନ୍ତି । ଶ୍ରୀଜଗନ୍ନାଥ ଜମିକୁ ନେଇ ବ୍ୟାପକ ଦୁର୍ନୀତି ହୋଇଛି ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜମି ବିକ୍ରି ନିଷ୍ପତି କୋଟି କୋଟି ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କର ମନକୁ ଆଘାତ ଦେଇଛି । ଏହା ବିଶ୍ୱର ସମସ୍ତ ହିନ୍ଦୁମାନଙ୍କ ମନରେ ଦୁଃଖ ଆଣିଛି । ସରକାରଙ୍କର ଏହି ନିଷ୍ପତି ସମ୍ପୃର୍ଣ୍ଣ ଭୁଲ, ଏହି ନିଷ୍ପତିକୁ ସରକାର ରଦ୍ଦ କରନ୍ତୁ ।

Comments are closed.