Odisha news

ସ୍ମୁତିର ଓଡିଶା ଏବଂ ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ଦ୍ୱରା ମାତୃପିତୃ ଦିବସ ପାଳନ

0

ଭୁବନେଶ୍ୱର,୨୮ ଜୁଲାଇ,୨୦୨୦: ଆନ୍ତର୍ଜାତୀୟ ମାତୃପିତୃ ଦିବସ ଅବସରରେ ସ୍ମୁତିର ଓଡିଶା ଏବଂ ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ପକ୍ଷରୁ ୨୬ ଜୁଲାଇ ୨୦୨୦ ରେ ତୃତୀୟ ମାତୃପିତୃ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସ୍ମୁତିର ଓଡିଶା ଏବଂ ଆର୍ଯ୍ୟଭଟ୍ଟ ଟ୍ରଷ୍ଟର ଅନ୍ୟ ମାନଗଣ୍ୟ ଟ୍ରଷ୍ଟ, ପ୍ରେସ ଏବଂ ମିଡିଆ ସହିତ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ମାତାପିତାଙ୍କ ସହ ଏଥିରେ ଭାଗ ନେଇଥିଲେ । ଆରଟିଏନ୍. ସୈାମ୍ୟ ରଞ୍ଜନ ମିଶ୍ର ମୁ୍ଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ, ଜିଲ୍ଲାର ମୁଖ୍ୟ ରାଜ୍ୟପାଳ ୩୨୬୨, ସମାଜ ଗଠନ ଉପରେ ଆଲୋକପାତ କରି ଆନ୍ତରିକତା ସହିତ ଏହି ଦୁଇଟି ଟ୍ରଷ୍ଟର ପ୍ରଶଂସନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କୁ ଉସôାହିତ କରିଥିଲେ । ଜଣାଶୁଣା ଚଳଚିତ୍ର ବ୍ୟକ୍ତିତ୍ୱ ଓ ସାମାଜିକ କର୍ମୀ ତଥା ବିଜେପିର ସଚିବ ପିଙ୍କି ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆର୍ଶୀବାଦ ଦେଇଥିଲେ ଏବଂ ୩ ଟି ‘ଏଲ୍’- ଲର୍ଣ୍ଣ, ଲିଡଟରସିପ୍ ଏବଂ ଲଭ୍ ବିଷୟରେ କହିଥିଲେ ।

ଅନ୍ୟଜଣେ ସମ୍ମାନିତ ଅତିଥି ଭାବେ ଏକାଡେମି ଅଫ ଡିପିଏସ୍ କଳିଙ୍ଗର ପ୍ରତିଷ୍ଠିତ ଶିକ୍ଷାବିତ୍ ତଥା ନିଦେ୍ର୍ଦଶକ ସରତ କୁମାର ବେହୁରିଆ ଯୋଗ ଦେଇଥିଲେ ଏବଂ ଜୀବନର ପ୍ରଥମ ଗୁରୁ ମାତାପିତାଙ୍କୁ ସମ୍ମାନ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ସ୍ମୁତିର ଓଡିଶାର ସଭାପତି ପ୍ରଭାସ ପୃଷ୍ଟି ଏହି ସଂଗଠନ ବିଷୟରେ ସୂଚନା ଦେଇଥିଲେ । ଆର୍ଯ୍ୟଭଟ୍ଟ ଟ୍ରଷ୍ଟର ମାନିଙ୍ଗ ଟ୍ରଷ୍ଟ ଚିଦତସ୍ମିକା ଖଟୁଆ ଦୁଇ ସଂଗଠନ ବିଷୟରେ କହିଥିଲେ ଏବଂ ଅତିଥି ମାନଙ୍କୁ ପରିଚିତ କରାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉସôାହିତ କହିଥିଲେ । ଜାତୀୟ ସୂଚନା କେନ୍ଦ୍ରର ପୂର୍ବତନ ନିଦେ୍ର୍ଦଶକ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା ଜୁରି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆର୍ଶୀବାଦ ଦେବାସହ କୋଭିଡ-୧୯ ପରିସ୍ଥିତିରେ ଏହି ଭର୍ଚୁଆଲ ଇଭେଣ୍ଟ ମାଧ୍ୟମରେ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ ପାଇଁ ଶୁଭେଚ୍ଛା ଜଣାଇଥିଲେ । ସ୍ମୁତି ଓଡିଶାର ସାଧାରଣ ସମ୍ପାଦକ ଶ୍ରୀ ରଜନୀକାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବିଜେତା ପ୍ରାର୍ଥୀମାନଙ୍କୁ ଅନଲାଇନ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ଏବଂ ପରେ ସେମାନଙ୍କୁ ପୁରଷ୍କାର ଦିଆଯିବ ।

କାର୍ଯ୍ୟକ୍ରମକୁ ଦୀପ୍ତି ପଟ୍ଟନାୟକ ସଂଯୋଜନା କରିଥିଲେ । ଭାଗବତ ତ୍ରିପାଠୀ,ଚିଦତମିକା ଖଟୁଆ,ଡକ୍ଟର ରବିନ୍ଦ୍ର ନାରାୟଶ ବେହେରା,ନିଧି ଧାୱନ,ହେନା ପାଣ୍ଡେ, ଦେବାଶିଷ ତି୍ରପାଠୀ, ଆଦି ସତପଥ. ଗୀତା ଖେରା ଏବଂ ଡକ୍ଟର ଶୁଭମ କୁମାର ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply