Odisha news

ଘରେ ଏବଂ ଅଫିସରେ ପଜିଟିଭ ଏନର୍ଜି ଚାହୁଁଛନ୍ତି , ଆପଣାନ୍ତୁ ଏହି ଉପାୟ

0
ଯଦି ଆପଣ ମଧ୍ୟ ବାସ୍ତୁଶାସ୍ତ୍ର କୁ ଧ୍ୟାନରେ ରଖୁଛନ୍ତି ଓ ନିଜ ଘରେ ଏବଂ ଅଫିସ ରେ ପଜିଟିଭ ଏନର୍ଜି ସଂଚାର କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ l ୯ଟି ଗ୍ରହ, ୧୨ ଟି ରାଶି ଓ ୨୭ ଟି ନକ୍ଷତ୍ର ମାନଙ୍କର ଆମ କାର୍ଯ୍ୟ କ୍ଷେତ୍ର ରହଣି ସହଣୀ ଉପରେ ପ୍ରଭାବ ପଡିଥାଏ l ଏଭଳି ସ୍ଥିତିରେ ଆପଣଙ୍କୁ ଆପଣ ଙ୍କ ଅଫିସ ଓ ଘରର ବାସ୍ତୁ କଳା କୁ ନେଇ ସାବଧାନ ରହିବା ଜରୁରୀ ଅଟେ l ଏଭଳି ସ୍ଥିତିରେ ଆପଣଙ୍କୁ ନିଜ ଅଫିସ ଓ ଘରର ବାସ୍ତୁ କଳା ବିଷୟରେ ସାବଧାନ ରହିବା ଜରୁରୀ l
– ପୂର୍ବ ଦିଗରେ ଝରକା ଏଭଳି ରହିଥିବା ଆବଶ୍ୟକ , ଯାହାଦ୍ଵାରା ଘରକୁ ସୂର୍ଯ୍ୟଙ୍କ ଆଲୋକ ଆସୁଥିବ । ଏହାଦ୍ବାରା ଘରେ ସମୃଦ୍ଧି ସର୍ବଦା ବାସ କରିଥାଏ ।
– କଦାପି ଘରର ମୁଖ୍ୟ ଦ୍ଵାରରେ ମୁଖ୍ୟ ସିଢି ରହିବା ଉଚିତ୍ ନୁହେଁ । ଏହାଦ୍ବାରା ସୌଭାଗ୍ୟ ରେ ବାଧା ପ୍ରାପ୍ତ ହୋଇଥାଏ ।
– ଉତ୍ତର – ପୂର୍ବ କକ୍ଷ ରେ ପୂଜା ସ୍ଥାନ ରହିବା ଖୁବ୍ ଶୁଭ ଅଟେ । କାହିଁକି ନା ଏହା ବୃହସ୍ପତି ଙ୍କ ସ୍ଥାନ ଅଟେ ।
– ଉତ୍ତର – ପୂର୍ବ ଦିଗରେ ପ୍ରବେଶ ଦ୍ଵାର ରହିବା ଠିକ୍ ନୁହେଁ । ଏହି ସ୍ଥାନରେ ଜୋତା ଷ୍ଟାଣ୍ଡ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ଆକର୍ଷିତ କରିଥାଏ ।
– ପ୍ରବେଶ ଦ୍ଵାର ର ୩ଟି ରୁ ଅଧିକ ଦ୍ଵାର ରେ ୩ରୁ ଅଧିକ ଦ୍ଵାର ରହିବା ଅଶୁଭ ଅଟେ । କାହିଁକି ନା ଏହା ସମସ୍ୟା କୁ ନିମନ୍ତ୍ରିତ କରିଥାଏ ।
– ଘରର ମୁଖ୍ୟ ଗେଟ୍ ର ଦକ୍ଷିଣ ପାର୍ଶ୍ଵରେ ତୁଳସୀ ଚଉରା ରଖିବା ଶୁଭ ହୋଇଥାଏ । ଏହାଦ୍ବାରା ଜୀବନ ରେ ସମୃଦ୍ଧି ର ଆଗମନ ହୁଏ ।
– ଘରର ଦକ୍ଷିଣ – ପୂର୍ବ ଦିଗରେ ରୋଷେଇ ଘର ରହିବା ଉଚିତ୍ , କାହିଁକି ନା ଏହା ଆଗ୍ନେୟ କୋଣ ଅଟେ । ସର୍ବଦା ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ମୁଖ ପୂର୍ବ ଦିଗ କୁ ରହିବା ଜରୁରୀ ।
– ବୃହସ୍ପତି ଉତ୍ତର – ପୂର୍ବ ଦିଗର ସ୍ବାମୀ ଅଟନ୍ତି । ତେଣୁ ପୂଜା ଘର ଉତ୍ତର – ପୂର୍ବ ଦିଗରେ ରହିବା ଆବଶ୍ୟକ । ଯେବେକି ଦେବଦେବୀ ପୂର୍ବ ଦିଗରେ ରହିବା ଆବଶ୍ୟକ ।
– କଦାପି ଘରେ ଯୁଦ୍ଧ କିମ୍ବା ହିଂସା ଦର୍ସାଉ ଥିବା ଫଟୋ ରଖିବା ଉଚିତ୍ ନୁହେଁ । କାହିଁକି ନା ଏହା ନକ୍ଷତ୍ର ମାନଙ୍କ ନକାରାତ୍ମକ ଉର୍ଜ କୁ ଆକର୍ଷିତ କରିଥାଏ ।
– ଉତ୍ତର ପଶ୍ଚିମ ଦିଗରେ ଚନ୍ଦ୍ରମା ଙ୍କ ଶାସନ ରହିଛି । ତେଣୁ ଘରର ସେହି ସ୍ଥାନ ରେ କଦାପି ବ୍ୟବହାର କରୁ ନଥିବା ଜିନିଷ ରଖନ୍ତୁ ନାହିଁ । ଏହି ସ୍ଥାନ କୁ ଅନ୍ଧକାର ମଧ୍ୟ କରିବା ଉଚିତ୍ ନୁହେଁ । ନଚେତ୍ ଘରର ମହିଳା ମାନେ ରୋଗରେ ପୀଡିତ ହେବେ ।

Leave A Reply