ଭାରତୀୟ ରୋଷେଇ ଘରେ ଏଭଳି ଅନେକ ମସଲା ବ୍ୟବହାର କରାଯାଇ ବ୍ୟଞ୍ଜନ କୁ ସୁସ୍ୱାଦୁ କରାଯାଇ ଥାଏ l ସେହି ମସଲା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପୋସ୍ତକ l ପୋସ୍ତକ ଗୋଟିଏ ଏପରି ମସଲା ଯାହା ତରକାରୀ ର ସ୍ୱାଦ କୁ ଦ୍ବିଗୁଣିତ କରିଥାଏ ଓ ତା ସହିତ ଶରୀର କୁ ମଧ୍ୟ ଅନେକ ପ୍ରକାର ରୋଗ ରୁ ରକ୍ଷା କରିଥାଏ l
ପୋସ୍ତକ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା ଓମେଗା ଫ୍ୟାଟି ଏସିଡ, କ୍ୟାଲସିୟମ, ମଗ୍ନେଶୀୟମ ଓ ଫାଇବର ର ମାତ୍ରା ଖୁବ ଅଧିକ ରହିଥାଏ l ପୋସ୍ତକ ବ୍ରେନ କୁ ମଧ୍ୟ ଶକ୍ତିଶାଳୀ କରିଥାଏ l ଅନିଦ୍ରା ସମସ୍ୟାକୁ ଦୂର କରିଥାଏ l
ଆସନ୍ତୁ ଜାଣିବା ଖାଲି ପେଟରେ ପୋସ୍ତକ ଖାଇବାର ଲାଭ –
୧) ହାଡ଼କୁ ମଜବୁତ କରେ ପୋସ୍ତକ –
ସକାଳୁ ଖାଲି ପେଟରେ ପୋସ୍ତକ ସେବନ କରିବା ଦ୍ୱାରା ଏଥିରେ ଥିବା ମାଙ୍ଗାନିଜ ଓ ପ୍ରୋଟିନ କଲେଜନ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ l ଯାହା ଆମ ହାଡ଼ କୁ ଗମ୍ଭୀର ଅବସ୍ଥା ରୁ ରକ୍ଷା କରିଥାଏ l ଆପଣ ସକାଳୁ ଖାଲି ପେଟରେ ପୋସ୍ତକ କୁ ଦୁଗ୍ଧ ସହିତ ସେବନ କରିବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ l
୨) କୋଷ୍ଠ କାଠିନ୍ୟ ସମସ୍ୟା ଠିକ ହୋଇଥାଏ –
ଯଦି ଆପଣ କୋଷ୍ଠ କାଠିନ୍ୟ ସମସ୍ୟାରେ କଷ୍ଟ ପାଉଛନ୍ତି ତେବେ ନୀତାମିତ ପୋସ୍ତକ ସେବନ କରନ୍ତୁ l ପୋସ୍ତକ ରେ ଫାଇବର ଥିବା କାରଣରୁ ଏହା ପେଟ କୁ ସଫା ରଖିବାରେ ସାହାଯ୍ୟ କରିଥାଏ l
୩) ପାଟି ଘାକୁ ଠିକ କରିଥାଏ ପୋସ୍ତକ –
ପୋସ୍ତକ ପ୍ରତିଦିନ ଖାଲି ପେଟରେ ସେବନ କରିବା ଦ୍ୱାରା ପାଟି ଘା ସମସ୍ୟା ଠିକ ହୋଇ ଯାଇଥାଏ l ପୋସ୍ତକ ମଞ୍ଜିକୁ ପାଣିରେ ବତୁରାଈ ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ପାଟି ଘା ଠିକ ହୋଇଥାଏ l
୪) ଗ୍ରୀଷ୍ମ ଋତୁରେ ଉଚ ରକ୍ତଚାପ ନିୟନ୍ତ୍ରିତ ହୁଏ –
ଆଇରନ ରେ ଭରପୁର ପୋସ୍ତକ ରକ୍ତ ସଞ୍ଚାଳନ କୁ ଉନ୍ନତ କରାଇ ଥାଏ l ପୋସ୍ତକ ରେ ଓ଼ମେଗା 3 ଫ୍ୟାଟି ଏସିଡ ରହିଥିବା କାରଣରୁ ହୃତ୍ପିଣ୍ଡ ପାଇଁ ହିତକର l ତେଣୁ ଏହାକୁ ଆପଣ କଞ୍ଚା ମଧ୍ୟ ସେବନ କରି ପାରିବେ l
୫) ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ –
ଯଦି ଆପଣ ପାଚନ ସହିତ ଯୋଡି ହୋଇଥିବା କୌଣସି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ପୋସ୍ତକ ସେବନ କରନ୍ତୁ l ଏହା ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ l ପୋସ୍ତକ ମେଟାବୋଲିଯିମ କୁ ମଧ୍ୟ ଦ୍ରୁତ କରି ଓଜନ ହ୍ରାସ ପାଇଁ ସାହାଯ୍ୟ କରିଥାଏ l ପ୍ରତିଦିନ ରାତିରେ ପୋସ୍ତକ ମଞ୍ଜିକୁ ପାଣିରେ ବତୁରାଈ ସକାଳୁ ଏହାକୁ ଖାଲି ପେଟରେ ସେବନ କରନ୍ତୁ l
