ଚଣ୍ଡିଖୋଲ : ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଗରିବ ଓ ନିରାଶ୍ରୟ ପଂଚାୟତ ଅଧିକାରୀଙ୍କ ମନମୁଖୀ କାମ ପାଇଁ ସରକାରୀ ଯୋଜନାରୁ ବଂଚିତ
ଚଣ୍ଡିଖୋଲ, ୦୪/୦୫ : ଯାଜପୁର ଜିଲ୍ଲା ବଡଚଣା ବ୍ଳକରେ ପୂର୍ବରୁ ଅନେକ ଦିର୍ନୀତି ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ କରୋନା ଖୋଲିଲା ନୂଆ ରହସ୍ୟ । ଏହି ବ୍ଳକ ଅନ୍ତର୍ଗତ ଅନେକ ପଂଚାୟତରେ ଯୋଗ୍ୟ ହିତାଧରକାରୀ ମାନଙ୍କୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ, କାଳିଆ, ପିଏମ କିସାନ ଯୋଜନା ଓ ନିର୍ମାଣ ଶ୍ରମିକ ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି । କିନ୍ତୁ ଏଠାରେ ଅନେକ ଥିଲା ବାଲାଙ୍କୁ ରାଜନୈତିକ ଦଲାଲ ମାନେ ଏହି ଗରିବ ଯୋଜନାକୁ ଦେଇ ପ୍ରକୃତ ହିତାଧିକାରୀଙ୍କୁ ବାଦ ପକାଇଛନ୍ତି ।
ଉଦାହରଣ ସ୍ୱରୂପ ଏହି ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତର ଖୋସାଲିପୁର ଗ୍ରାମର ଜଣେ ଦିନ ମଜୁରିଆ କେ.ବୃନ୍ଦାବନ କୌଳିକ ବୃତି ଜୋତା ସିଲାଇ କରି ଜୀବିକା ନିର୍ବାହ କରିଥାନ୍ତି । ତାଙ୍କୁ ଏବେ ପ୍ରାୟ ୬୭ ବର୍ଷ ବୟସ ହୋଇଥିଲେ ବି ନା ତାଙ୍କୁ ବାର୍ଦ୍ଧକ୍ୟ ଭତା ଏବଂ ତାଙ୍କ ପରିବାରକୁ ରାସନକାର୍ଡ ତାଲିକାରେ ଅନ୍ତଭୁକ୍ତ କରାଯାଇ ନାହିଁ । ସେହିପରି ନୂଆ ସୁଙ୍ଗୁଡା ଗ୍ରାମରେ ଦୀର୍ଘ ୨୦ ବର୍ଷ ହେବ ରହିଆସୁଥିବା ସ୍ୱାମୀ ପରିତ୍ୟକ୍ତା ବୀଣା ଦେବୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ବୀଣା ଦେବୀଙ୍କ ସ୍ୱାମୀ ଛାଡି ଚାଲିଗଲା ପରେ ଏକ ପୁଅ ଓ ଝିଅକୁ ଧରି ଏକ ଭଡାଘରେ ରହି ଆସୁଛନ୍ତି । ପ୍ରତ୍ୟେକ ଦିନ ଏକ କବାଡିଆ ଦୋକାନରେ ବୋତଲ ସଫା କରି ଦିନ ମଜୁରିଆ ଭାବେ କାମ କରି ଯାହା ଉପାର୍ଜନ କରନ୍ତି ସେଥିରେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚଳିଯାଏ ।
ତାଙ୍କ ପୁଅ ଜନ କଲ୍ୟାଣ ହାଇସ୍କୁଲରେ ପଢୁଥିବା ସମୟରେ ଛାତ ଉପରୁ ପଡି ତାଙ୍କ ଗୋଡ ଭାଙ୍ଗି ସେ ଏବେ ଅସୁସ୍ଥ ଅବସ୍ଥାରେ ରହିଅଛନ୍ତି । ସମଗ୍ର ବିଶ୍ୱରେ କରୋନା ପାଇଁ କାମଧନ୍ଦାକୁ ନଯାଇପାରି କେବଳ ଦୟା ଓ ଦାନରେ ଓଳୀଏ ଖାଇଲେ ଓଳିଏ ଉପାସ ରହି ଜୀବନ ବିତାଉଛନ୍ତି । ଏ ସଂପ ର୍କରେ ସୁଙ୍ଗୁଡା ପାଂୟତର କାର୍ଯ୍ୟ ନିର୍ବାହ ଅଧିକାରୀ ରାମଚନ୍ଦ୍ର ମଲିକଙ୍କୁ ପଚାରିବାରୁ ସେ ଏକ ଅବାସ୍ତବ ଯୁକ୍ତି ବାଢିôଲେ । କହିଲେ ବୀଣାଦେବୀ ଏଠାରେ ରହୁ ନାହାନ୍ତି ଏବଂ କେ ବୃନ୍ଦାବନଙ୍କର ଆଧାର କାର୍ଡ ଭୁଲ ଅଛି ।
ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ରାଜନୈତିକ ଚାପରେ ରହି ଏଭଳୀ ମନ୍ତ୍ୱ୍ୟ ଦେଇଛନ୍ତି ବୋଲି ସମିତି ସଭ୍ୟ ପ୍ରୀତମ ନାୟକ କହିଛନ୍ତି । ଏ ସଂପର୍କରେ ବି.ଡି.ଓଙ୍କୁ ଅବଗତ କରିବା ସହ ଉଭୟଙ୍କୁ ରାସନକାର୍ଡ ଓ ଭତା ପ୍ରଦାନ କରିବା ପାଇଁ ନିବେଦନ କରାଯାଇଥିଲେ ବି ଏ କ୍ଷେତ୍ରରେ ବିଡି.ଓଙ୍କର କୌଣସି ଦୃଷ୍ଟାନ୍ତ ମୂୀଳକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସରକାର ଏହିଭଳି ବ୍ୟକ୍ତି ବିଶେଷ ମାନଙ୍କୁ ଚିହ୍ନଟ କରି ତୁରନ୍ତ ତାକୁ ସହାୟତା ପ୍ରଦାନ କରିବା ପାଇଁ ସାଧାରଣର ଦାବୀ