ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ରକ୍ଷଣା ବେକ୍ଷଣ ଅଭାବରୁ ଆବର୍ଜନା କୁଣ୍ଡ ରେ ପରିଣତ ହୋଇଛି ବାଲିଗୁଡ଼ା ସହର ମଧ୍ୟରେ ଥିବା ପୁରାତନ ଆଦର୍ଶ ପୋଖରୀ l ଦଳ ପଙ୍କ ପଲିଥିନ ରେ ପରିପୂର୍ଣ୍ଣ ହେବାସହିତ ଅଦରକାରୀ ଗଛ ଲତା ଭରି ରହିଛିl ପୋଖରୀ ଟି ତଳିଆ ଅଞ୍ଚଳରେ ରହିଥିବାରୁ ବସ ଷ୍ଟାଣ୍ଡ ରୁ ନିର୍ଗତ ଆବର୍ଜନା ପାଣି ପୋଖରୀ ଭିତରେ ପଶୁଛି lଏହି ପୋଖରୀ ଉପରେ ପ୍ରାୟତଃ ଏନ୍ଏସି ଅଞ୍ଚଳର ନୂଆସାହି, ହାଟପଦା ସାହି,ପାଟଖଣ୍ଡା ସାହି, ମୁଣ୍ଡାସାହି ଓ ବଜାର ସାହିର ୱାର୍ଡ ବାସୀ ନିର୍ଭରଶୀଳ କିନ୍ତୁ ସହର ର ଅଳିଆ ଆବର୍ଜ୍ଜନା ପଡ଼ି ଧୀରେ ଧୀରେ ପୋଖରୀ ଟି ପୋତି ହେବାକୁ ବସିଲାଣି l ଆବର୍ଜନା ଡ୍ରେନ ପାଣି ପଶି ଏବେ ଜଳ ପାଲଟିଛି ଜହର l
ଆଗକୁ ଗ୍ରୀଷ୍ମ ଋତୁରେ ଜଳ ଅଭାବସମସ୍ୟା ଦେଖାଦେବ l ସହରର ଜଳ କଷ୍ଟ ଦୂରୀଭୂତ ପାଇଁ ଗ୍ରାମପଞ୍ଚାୟତ ଓ ସ୍ଥାନୀୟ ଲୋକଙ୍କ ଶ୍ରମ ଦାନରେ ପୋଖରୀ ଖୋଳା ଯାଇଥିଲା l ଗ୍ରାମ ପଞ୍ଚାୟତ ର ରାଜସ୍ବ ବୃଦ୍ଧି ନିମନ୍ତେ ମାଛ ଚାଷ ପାଇଁ ଟେଣ୍ଡର ମଧ୍ୟ ଦିଆଯାଉଥିଲା l ପୋଖରୀ କୁ ସରସ ସୁନ୍ଦର କରିବା ପାଇଁ ତତ୍କାଳୀନ ଉପ ଜିଲ୍ଲାପାଳ ପୋଖରୀ ହୁଡ଼ା ରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ ଏବଂ ଏହାର ଚାରିପାଖ ସଫା ସୁତରା ରଖିବା ସହିତ ଉଜ୍ଜଳ ଆଲୋକ ଓ ମୂର୍ତ୍ତୀ ସ୍ଥାପନ କରି ପୋଖରୀ ର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ l ବାଲିଗୁଡ଼ା ଗ୍ରାମପଞ୍ଚାୟତ ଥିବା ସମୟରୁ ଖରା ଦିନ ପୂର୍ବରୁ ପୋଖରୀକୁ ସଫା ସୁତରା କରାଯାଉଥିଲା ପରେ ଏନ୍ଏସି ଗଠନ ପରେ ମଧ୍ୟ ସଫା ସୁତରା ମଧ୍ୟ କରାଯାଉଥିଲା କିନ୍ତୁ ଗତ ଦୁଇ ବର୍ଷହେବ ପୋଖରୀ ଟି ସଫା ହେଇ ନ ଥିବାରୁ ଦୀର୍ଘ ଷାଠିଏ ବର୍ଷର ଗୌରବମୟ ଆଦର୍ଶ ପୋଖରୀ ତାର ଆଦର୍ଶ ହରାଇ ଆବର୍ଜନା କୁଣ୍ଡରେ ପରିଣତ ହେବାକୁ ଯାଉଥବାବେଳେ ଏଥି ପ୍ରତି ଏନ୍ଏସି କତୃପକ୍ଷ ଙ୍କ ନିଘା ନାହିଁ l
ଆଗକୁ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବ ଏହି ପୋଖରୀ ତୁଠରେ ହର ଗୌରୀ ଙ୍କୁ ଆବାହନ କରାଯିବ ଏହି ପୋଖରୀ ଜଳ ପୂଜାର୍ଚ୍ଚନାରେ ବ୍ୟବହାର ହୁଏ କିନ୍ତୁ ପୋଖରୀ ଜଳ ଦୂଷିତ ଥିବାରୁ ବାଲିଗୁଡ଼ା ବାସିନ୍ଦାଙ୍କ ମନରେ ଦୁଃଖ ଓ ଅଶାନ୍ତି ପ୍ରକାଶ ପାଇଛି l ପୋଖରୀ ର ସଫା ସୁତରା ପାଇଁ ଏନ୍ଏସି ପ୍ରଶାସନ ପକ୍ଷରୁ ଅଦ୍ୟାବଧି ସୁଦ୍ଧା କୌଣସି ପ୍ରକାରେ ସଫା ସୁତରା କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି l ଜନ ସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏନଏସି ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୋଖରୀ ସଫା ଓ ପଙ୍କ ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବା ପାଇଁ ବିଭିନ୍ନ ମହଲ ରେ ଦାବୀ ହୋଇଛି l

Comments are closed.