ଜଗନ୍ନାଥ ପ୍ରସାଦ : 26/03 : ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ମଳିଙ୍ଗୀ ଗ୍ରାମର ଆଦିକନ୍ଦ ପ୍ରଧାନ (75) ନାମକ ବ୍ୟକ୍ତିଙ୍କର ଗତ ଶନିବାର ସନ୍ଧ୍ୟା ରେ ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ଶନିବାର ସନ୍ଧ୍ୟା ପ୍ରାୟ 4ଟା ସମୟରେ ଆଦିକନ୍ଦ ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀ ତୁଠରେ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ବୁଡି ଯାଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଖୋଜା ଖୋଜି କରିବା ପରେ ଜାଣିବାକୁ ପାଇଲେ ପୋଖରୀ ନିକଟରେ ତାଙ୍କ ଢାଳ, ଲୁଗା, ବାଡ଼ି ରଖାଯାଇଛି l ପୋଖରୀ ରେ ବୁଡି ଯାଇଥିବା ସନ୍ଦେହ କରି ଜଗନ୍ନାଥ ପ୍ରସାଦ ଦମକଳ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଦମକଳ ବାହିନୀ 3ଘଣ୍ଟା ଖୋଜିବା ପରେ ତାଙ୍କୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଦାସ କିରଣ କୁମାର ମୃତ ଘୋଷଣା କରିଥିଲେ । ଜଗନ୍ନାଥ ପ୍ରସାଦ ପୋଲିସ ପହଁଚି ଅପମୃତୁ ମାମଲା ରୁଜୁ କରିବା ସହ ଶବବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇବା ସହ ଶବବ୍ୟବଛେଦ ହୋଇ ଆସିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି l
