Odisha news

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

0
ପୋଲସରା ନିର୍ବାଚନ ମଣ୍ଡଳୀର ଗୋଳବନ୍ଧ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଅସନ୍ତୁଷ୍ଟ ହୋଇ ଆଜି ବିଜେପି ଦଳରେ ସାମିଲ ହୋଇଛନ୍ତି । ସ୍ଥାନୀୟ ଲୋକନାଥେଶ୍ୱେର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ନୂତନ କରି ଦଳରେ ଯୋଗଦେଇଥିବା କର୍ମୀଙ୍କୁ ଦଳିୟ ଟୋପି ଓ ଉତ୍ତୋରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୁଗୁଡା ବ୍ଲକ ବିଜେପିର ଏହା ପ୍ରଥମ ମିଶ୍ରଣପର୍ବ ହୋଇଥିବା ବେଳେ ଆଗାମୀ ଦିନରେ ଦଳ ଆହୁରି ସୁଦୃଢ ହେବେ ବୋଲି କହିଛନ୍ତି ଜିଲ୍ଲା ସଭାପତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚା ସଭାପତି ପ୍ରମୋଦ ପଣ୍ଡାଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ
Nalco
Leave A Reply