Odisha news

ପୋଲସରା ପୋଲିସ ଦ୍ୱାରା ତିନି ପେଶାଦାର ଚୋର ଗିରଫ

0
ପୋଲସରା ୧୭/୦୯/୨୦୨୦ : ପୋଲସରା ଥାନା ପୋଲିସ ଆଜି ତିନି ଜଣ ପେଶାଦାର ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲିକ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗତ କିଛି ଦିନ ହେଲା ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ଓ ଗୋଛାବାଡି ପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରେ ଚୋରି ଘଟଣା ବୃଦ୍ଧି ପାଇଥିଲା। ଫଳରେ ଥାନା ପକ୍ଷରୁ ସେହି ଅଞ୍ଚଳ ର ସନ୍ଦେହ ଘେରରେ ଥିବା ବ୍ୟକ୍ତି ମାନଙ୍କ ଉପରେ କଡା ନଜର ରଖା ଯାଇଥିଲା। ଆଜି ସୂଚନା ପାଇ ସ୍ଥାନୀୟ ପୋଲିସ ସିଂହାସନୀ ଜଙ୍ଗଲ ର ବିଭିନ୍ନ ସ୍ଥାନ ରୁ ତିନି ଜଣ ପେଶାଦାର ଚୋର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ମାଳ ବିରିପୁର ଗ୍ରାମ ର ଜଗନ୍ନାଥ ଜାନୀ , ନିରାଶ ପଲ୍ଲୀ ଗ୍ରାମର ପ୍ରମୋଦ ଜାନୀ ଏବଂ ନିଳାଦ୍ରି ପୁର ଗ୍ରାମ ର ଅର୍ଜୁନ ନାୟକ। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଗୋଟିଏ ରୟାଲ ଏନଫିଲଡ ବୁଲେଟ ସହିତ ତିନୋଟି ମୋଟର ସାଇକେଲ , ସୁନା ଅଳଙ୍କାର ଏବଂ ୬ ବସ୍ତା କାଜୁ ଜବତ କରିଛି।
ଗିରଫ ଅଭିଯୁକ୍ତ ମାନେ ଜଣେ ନାବାଳିକା କୁ ଅପହରଣ କରି ରାଜ୍ୟ ବାହାରେ ବିକ୍ରି କରି ଦେଇଥିବା ତଦନ୍ତ ବେଳେ ଜଣା ପଡିଛି ବୋଲି ପୋଲିସ କହିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି ତାକୁ ମଧ୍ୟ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ତେବେ ଫେରାର ଅଭିଯୁକ୍ତ ର ନାମ ପ୍ରକାଶ କରିବା ପାଇଁ ମନା କରିଛନ୍ତି। ପ୍ରକାଶ ଥାଉକି ଗତ କିଛି ଦିନ ଧରି ପାଣ୍ଡିରିପଡା ଓ ଗୋଛାବାଡି ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ।
Nalco
Leave A Reply