Odisha news

ପୋଲସରା : ଏ ଆଇ ଟି ୟୁ ସି ପକ୍ଷରୁ ବ୍ଳକ ଆଗରେ ବିକ୍ଷୋଭ।

0
ପୋଲସରା ୦୩/୦୭/୨୦୨୦ : ଅଖିଳ ଭାରତ ଟ୍ରେଡ୍ ୟୁନିୟନ  କଂଗ୍ରେସ ( ଏ ଆଇ ଟି ୟୁ ସି ) ପକ୍ଷରୁ ଆଠ ଦଫା ଦାବି ହାସଲ ସକାଶେ ଆଜି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୬ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ , ବେଙ୍କ , ବୀମା କର୍ମଚାରୀ ସଂଘ , ପ୍ରତିରକ୍ଷା କର୍ମଚାରୀ ସଂଘ ଏବଂ ସ୍ୱାଧିନ ଫେଡେରେସନ ମାନଙ୍କ ମିଳିତ ଆହ୍ୱାନ କ୍ରମେ ଦିଆ ଯାଇଥିବା ସର୍ବ ଭାରତୀୟ ଡାକରା କ୍ରମେ ଆଜି ସ୍ଥାନୀୟ ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ଶ୍ରମିକ ମାରଣ ନିତି ବିରୋଧ କରିବା ସହିତ ଶ୍ରମ ଆଇନ ଓ କୋର୍ଡ ବାତିଲ , ଶ୍ରମ ସମୟ ଆଠ ଘଣ୍ଟା ରୁ ବାର ଘଣ୍ଟା କୁ ବୃଦ୍ଧି ବନ୍ଦ କରିବା , ଆୟକର ଦେଉନଥିବା ସମସ୍ତ ଙ୍କୁ ମାସିକ ୭୫୦୦ ଟଙ୍କା ଲେଖାଏଁ ଛ ମାସ ପର୍ଯ୍ୟନ୍ତ ଦେବା , ପ୍ରତ୍ୟେକ ଖାଉଟି ଙ୍କୁ ମାସିକ ୧୦ କିଲୋଗ୍ରାମ ଲେଖାଏଁ ଚାଉଳ/ଗହମ ଯୋଗାଇ ଦେବା , କରୋନା ଯୋଗୁଁ ରାଜ୍ୟ ବାହାରୁ ଫେରିଥିବା ଶ୍ରମିକ ଓ ଜବ କାର୍ଡଧାରି ମାନଙ୍କୁ ଦୈନିକ ୬୦୦ ଟୀ ମଜୁରୀ ରେ ବର୍ଷ କୁ ୨୦୦ ଦିନ କାମ ଯୋଗାଇ ଦେବା ପ୍ରଭୃତି ଆଠ ଦଫା ଦାବି ପୁରଣ କରିବା ପାଇଁ ବିକ୍ଷୋଭ କରାଯାଇଥିଲା। ଶ୍ରମିକ ନେତା ଦଣ୍ଡପାଣି ସାମଲ , ପ୍ରଦୀପ ସେଠୀ , ହରି ହର ପାତ୍ର , ବିଜୟ ସାମନ୍ତରା , ଚନ୍ଦ୍ର ପାଇକରାୟ , ରାମଚନ୍ଦ୍ର ସାହୁ ,  ସୀମା ପାତ୍ର , ଜ୍ୟୋତ୍ସ୍ନା ମହାରଣା , କକ୍ଷୟ ଭୂୟାଁ , ସୁଚିତ୍ରା ସ୍ୱାଇଁ , ଅହଲ୍ୟା ବେହେରା , ନଗରବାସୀ ପ୍ରଧାନ , ଦୁର୍ଯ୍ୟୋଧନ ରାଉତ , ଖଜା ନାହାକ ଓ ଧୋବଣୀ ନାହାକଙ୍କ ସମେତ ବହୁ ଶ୍ରମିକ  ସାମାଜିକ ଦୁରତା ରକ୍ଷା ସହିତ ମାସ୍କ ପିନ୍ଧି ବିକ୍ଷୋଭ ରେ ସାମିଲ ହୋଇଥିଲେ।
Nalco

Leave A Reply