ପୋଲସରା(ରଞୟ ପାଣୀଗ୍ରାହି) : ପୋଲସରା ବ୍ଲକ ଚିରିକିପଡ଼ା ଶାସନ ଠାରେ ଶାସନ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଖେଳ ପ୍ରତି ରହିଥିବା ବିଭିନ୍ନ ଯୋଜନା ବିଷୟରେ ଯୁବ ଖେଳ ପ୍ରେମୀଙ୍କୁ ଅବଗତ କରାଇଥିଲେ ଏବଂ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଖେଳକୁ ଶାନ୍ତିପୂର୍ଣ୍ଣ ଭାବେରେ ଖେଳିବା ପାଇଁ ନିବେଦନ କରିଥିଲେ । ଶୁଭଉଦଘାଟନ କାର୍ଯ୍ୟକ୍ରମ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବ୍ଳକ ବିଜେଡି ସମ୍ପାଦକ ଅଶୋକ ବିଷୋୟୀ , ସରପଞ୍ଚ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ , ଖଗେଶ୍ୱର ପ୍ରଧାନ , ସମିତି ପ୍ରତିନିଧି ମନୋଜ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ମାନଷ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ ।ଖେଳକୁ ବାସୁଦେବ ନାୟକ , ପୃଥିବୀ ନାୟକ , ଜୟରାମ ପ୍ରଧାନ ଓ ଗଙ୍ଗାଧର ନାୟକ ପରିଚାଳନା କରିଥିବାବେଳେ ଦୁଇ ଗୋଟି ଦଳର ଖେଳାଳୀ ମାନେ ଉପସ୍ଥିତ ଥିଲେ।
