ଫୁସଫୁସ୍ ଆମ ଶରୀରର ବ୍ୟସ୍ତ ଅଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ, ଯାହା ଦିନରାତି ବ୍ୟସ୍ତ ରହିବା ପରେ ମଧ୍ୟ ରାତିରେ ଶୋଇବା ବେଳେ ମଧ୍ୟ ନିଜର କାର୍ଯ୍ୟ କରିଥାଏ । ଏମିତିରେ ତ ଫୁସଫୁସ୍ ନିଜେ ନିଜର ସଫା କରିଥାଏ , ତଥାପି ଯେଉଁ ଲୋକମାନେ ଫୁସଫୁସ୍ ସମସ୍ୟା ଯେପରି ନିଶ୍ଵାସ ନେବାକୁ ଅସୁବିଧା ହେବା କିମ୍ବା ଶ୍ୱାସ ଜନିତ ସମସ୍ୟା ଦେଖା ଯିବା, ଅବଷ୍ଟ୍ରକ୍ଟିଭ୍ ପଲ୍ମୋନରି ଡିଯିଜ୍ କିମ୍ବା ଫାଇବ୍ରୋଷିସ ଦ୍ଵାରା ଗ୍ରସ୍ତ ହୋଇ ଥାଆନ୍ତି । ଯେଉଁ କାରଣରୁ ଆପଣ ଫୁସଫୁସ୍ କୁ ସଫା ରଖିବା ଉଚିତ୍ । ଏହା ବ୍ୟତୀତ ଶୀତଋତୁ ସହ କରୋନା ଦ୍ଵାରା ଆକ୍ରାନ୍ତ ହେବାର ବର୍ତ୍ତମାନ୍ ଅଧିକ ସମ୍ଭାବନା ରହୁଚି । ଏହି ସବୁକୁ ନେଇ ଫୁସଫୁସ୍ କୁ ସୁସ୍ଥ ରଖିବା ନିହାତି ଜରୁରୀ ।
ଫୁସଫୁସ୍ କୁ ସଫା ରଖିବା ପାଇଁ ଘରୋଇ ଉପଚାର –
* ଗରମ୍ ଷ୍ଟିମ୍ – ଗରମ୍ ଷ୍ଟିମ ହେଉଛି ଗୋଟିଏ ପୁରୁଣା ଘରୋଇ ଉପାୟ । ଉଷୁମ୍ ବାମ୍ଫ ନେଇ ଏହାକୁ ସଫା ରଖିବା ନିହାତି ଜରୁରୀ ଅଟେ । ହାର୍ଟ ବିଶେଷଜ୍ଞ ମାନେ ମଧ୍ୟ ଗରମ୍ ବାମ୍ଫ ନେବାପାଇଁ ପରାମର୍ଶ ଦେଇ ଥାଆନ୍ତି ।
* ଗ୍ରୀନ ଟି – କୌଣସି ଉଷୁମ୍ ଓ ଗରମ୍ ଜିନିଷକୁ ସେବନ କରିବା ଦ୍ୱାରା ଫୁସଫୁସ୍ ରେ ଥିବା ଯେ କୌଣସି ସାମାନ୍ୟ ପଦାର୍ଥ ନିକଟରୁ ଆରାମ ମିଳିଥାଏ । ଗ୍ରୀନ ଟି ଛାତିରେ କଫ ଜମିବାରୁ ଆରାମ ଦେଇଥାଏ । ଗ୍ରୀନ ଟି ରେ ଆଣ୍ଟି ଅକ୍ସି ଡ଼ାଣ୍ଟ ରହିଥାଏ ଯାହାକି ଫୁସଫୁସ୍ କୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ ।
* ନିୟମିତ ବ୍ୟାୟାମ – ନିୟମିତ ଭାବରେ ବ୍ୟାୟାମ କରିବା ଫୁସଫୁସ୍ ପାଇଁ ଖୁବ୍ ହିତକର । କାରଣ ଆପଣ ଏହି ବ୍ୟାୟାମ ସମୟରେ ଯେଉଁ ଦୀର୍ଘ ନିଶ୍ବାସ ନେଇଥାଉ ତାହା ଫୁସଫୁସ୍ ରେ ଚାରିଆଡେ ବ୍ୟାପି ଥାଏ, ଏହାଦ୍ବାରା ଫୁସଫୁସ୍ କୁ ଠିକ୍ ଭାବରେ ଅକ୍ସି ଯେନ୍ ପହଞ୍ଚି ଥାଏ ।
* ଧୁମ୍ରାପାନ କରିବା ଉଚିତ୍ ନୁହେଁ – ଫୁସଫୁସ୍ କୁ ସୁସ୍ଥ ରଖିବା ପାଇଁ ଧୁମ୍ରପନ ଠାରୁ ଦୂରେଇ ରହିବା ଆବଶ୍ୟକ । ଧୁମ୍ରାପନ୍ ଦ୍ଵାରା ଫୁସଫୁସ୍ ଉପରେ କୁ ପ୍ରଭାବ ପଡିଥାଏ ।
