ଖୋର୍ଦ୍ଧା: ତାଲ ବନ୍ଦ ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରମିକ ଶ୍ରେଣୀର ଲୋକେ । କୋ÷ଣସି କାମ ଧନ୍ଦା ଏବଂ ଖାଇବା ପିଇବାକୁ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ପଶ୍ଚିମବଙ୍ଗର ୫୨ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ଭାଇଜାଗରୁ ୧୬ନମ୍ବର ଜାତୀୟ ରାଜପଥରେ ପାଦରେ ଚାଲି ଚାଲି ଭୋକ ଉପାସରେ ଆସି ଖୋର୍ଦ୍ଧା ଠାରେ ପହଁଞ୍ଚôଥିଲେ ।
ଖୋର୍ଦ୍ଧା ଠାରେ ପୋଲିସ ପକ୍ଷରୁ ସେମାନଙ୍କୁ ଆଜି ଉଦ୍ଧାର କରାଯାଇ ପାଣି ବୋତଲ ଓ ସୁଖିଲା ଖାଦ୍ୟ ଯୋଗାଇ ଦେବା ସହ ଏସପି ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ପରିବହନ ବିଭାଗର ଏକ ବସ ଯୋଗେ ସେମାନଙ୍କୁ ପଶ୍ଚିମବଙ୍ଗର ସିମାନ୍ତ ଲକ୍ଷ୍ମଣନାଥଙ୍କୁ ପଠାଇ ଦିଆଯାଇଇଥିବା ଜଣାଯାଇଛି ।