Odisha news

କରୋନା ପାଇଁ ସଚେତନତା ସାଇକେଲରେ ବୁଲି ସଚେତନ କରାଇଲେ ଥାନାଧିକାରୀ

0

ଉଦୟଗିରି : କରୋନା କୁ ନେଇ ସାରା ଦେଶ ଏବେ ଲକଡାଉନ । ଏହି ମାହାମାରୀରୁ ରକ୍ଷାପାଇବାକୁ ହେଲେ ସଚେତନତା ଓ ସାମାଜିକକ ଦୂରତ୍ୱ ଏକ ମାତ୍ର ବିକଳ୍ପ ହୋଇଥିବାରୁ ଆଜି ବାଲିଚନ୍ଦ୍ରପୁର ଥାନା ଓ ବାଲିଚନ୍ଦ୍ରପୁର କରୋନା ସଚେତନତା ଶିବିରର କର୍ମକର୍ତ୍ତାଙ୍କ ସହଯୋଗରେ ଆଜି ଏକ ସାଇକେଲ ଶୋଭାଯାତ୍ରାରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଥାନାଧିକାରୀ ସୁକାନ୍ତ କୁମାର ପାତ୍ରଙ୍କ ନେତୃୃତ୍ୱରେ ସରପଞ୍ଚ ଫନିନ୍ଦ୍ର ନାଥ ପଣ୍ଡା, ସମିତି ସଭ୍ୟ ଅମୀୟ ବିଶ୍ୱାଳ, ସାମ୍ବାଦିକ ପ୍ରଦୀପ୍ତ ପୃଷ୍ଟି, ବୀରେନ୍ଦ୍ର ନାୟକ, ବିଭୁ ପ୍ରସାଦ ପୃଷ୍ଟି, ମାନସ ଦେଓ, ଲକ୍ଷ୍ମୀଧର ବାନା,ବିଶ୍ୱ ପ୍ରକାଶ ସାମଲ,ଭାବଗ୍ରାହୀ ବିଶ୍ୱାଳ,ଅକ୍ଷୟ ଶେଣ୍ଢ, ଅନନ୍ତ ମହାରଣା,ପବିତ୍ର କୁମାର ପରିଡା, ଉଗ୍ରସେନ ବିଶ୍ୱାଳ, ପଣ୍ଡିତ ନିରଞ୍ଜନ ମିଶ୍ର,ଶ୍ୟାମସୁନ୍ଦର ଦାସ, ସୁରେଶ ଦାସ ଓ ପିନାକୀ ପ୍ରସାଦ ଜେନା ଙ୍କ ସମେତ ୪୦ ରୁ ଅଧିକ ସ୍ୱେଚ୍ଛାସେବୀ ମୁହଁରେ ମାସ୍କ ପିନ୍ଧିି ସାମାଜିକ ଦୂରତ୍ୱ ଅବଲମ୍ବନ କରିି ବାଲିଚନ୍ଦ୍ରପୁର ଠାରୁ ଯାତ୍ରା ଆରମ୍ଭ କରି ପତରାଜପୁର, ନଳୀପୁର ଓ ଚାରିନଙ୍ଗଳ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ମାସ୍କ ପିନ୍ଧିବା ,ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଓ ଅତି ଦରକାର ଥିଲେ ବାଇକ ପରିବର୍ତ୍ତେ ସାଇକଲେର ନିକଟସ୍ଥ ବଜାର କୁ ଆସିବାକୁ ସଚେତନ କରାଇଥିଲେ ।

Leave A Reply