Odisha news

ମୟୂରଭଞ୍ଜ ପରିଦର୍ଶନରେ ରାଜ୍ୟ ପୋଲିସ ଡିଜି ଅଭୟ : ଓଡିଶା-ବେଙ୍ଗଲ ସୀମାରେ ଅଧିକ ପୋଲିସ ଅଫିସର ଓ ଫୋର୍ସ ମୃତୟନ ହେଲେ

0

ବାରିପଦା : ରାଜ୍ୟ ପୋଲିସ ଡିଜି ଅଭୟ ମଙ୍ଗଳବାର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି କରୋନା ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ମୟୂରଭଞ୍ଜ ଜିଲ୍ଲାରେ ଥିବା ବେଙ୍ଗଲ-ଓଡିଶା ସୀମାକୁ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ତଦାରଖ କରିଛନ୍ତି । ଏହି ଅବସରରେ ପୋଲିସ ମହାନିଦେ୍ର୍ଦଶକ ଅଭୟ ଚକଶୁଳିଆପଦା ସ୍ଥିତ ଓଡିଶା-ବେଙ୍ଗଲ ସୀମାକୁ ପରିଦର୍ଶନ କରି ସୀମାରେ ସୁରକ୍ଷା ସମ୍ବନ୍ଧରେ ଟିକିନିକି୍ ନିରକ୍ଷଣ କରିବା ସହ ବାରିପଦ ସହରରେ ଲକ୍ଡାଉନ୍ ବ୍ୟବସ୍ଥାର ତଦାରଖ କରିବା ସହ ବାରିପଦା ଟାଉନଥାନା ଓ ସଦରଥାନା ପରିଦର୍ଶନ କରି ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଏସପି ସମ୍ମିଳନୀରେ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ସୀମାରେ ସୁରକ୍ଷାକୁ ଅଧିକ କଡାକଡି କରାଯିବା ସହ ଓଡିଶା-ବେଙ୍ଗଲ ସୀମାରେ ଅଧିକ ପୋଲିସ ଅଫିସର ଓ ପୋଲିସ ଫୋର୍ସ ମୃତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ଏଥିସହ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ୍ କରୋନା ରୋଗୀଙ୍କ ମଧ୍ୟରେ ଏକତୃତୀୟାଂଶ ପଶ୍ଚିମବଙ୍ଗ ରାଜ୍ୟ ସଂସ୍ପର୍ଶରେ ଆସିଥିବାରୁ ଚିନ୍ତାର ବିଷୟ ପାଲଟିଛି ।

ତେଣୁ ହଠାତ୍ ରାଜ୍ୟରେ କରୋନା ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପୋଲିସ ମହାନିଦେ୍ର୍ଦଶକ ମୟୂରଭଞ୍ଜ ଗସ୍ତରେ ଆସି ବାରିପଦାରେ ପହଞ୍ଚି ସୀମାର କଡାକଡି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ସୀମାକୁ ଅନୁଧ୍ୟାନ କରିବା ସହ ସୁରକ୍ଷା ବ୍ୟବସ୍ଥା ଠିକ୍ଠାକ୍ ଥିବା ସୂଚନା ଦେବାସହ ସୀମାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ମୟୂରଭଞ୍ଜ ଏସପିଙ୍କ ମିଳିତ ପଦକ୍ଷେପ କ୍ରମେ ସେମାନେ ଜନସାଧାରଣମାନଙ୍କୁ କରୋନା ସମ୍ବନ୍ଧରେ ସଚେତନତା କରାଯାଇଥିବା ଓ ଏଣିକି କେହି ସୀମା ଦେଇ ପ୍ରବେଶ କଲେ ତାଙ୍କୁ ସଙ୍ଗେସଙ୍ଗେ କ୍ୱାରାଣ୍ଟାଇନ୍ରେ ରଖାଯିବ ବୋଲି ନିଦେ୍ର୍ଦଶ ଦେଇଥିଲେ । ଏଥିସହ ମୟୂରଭଞ୍ଜ ଜିଲ୍ଲାରେ ଲକ୍ଡାଉନ୍ ବ୍ୟବସ୍ଥା ଠିକ୍ଠାକ୍ ଥିବା ସୂଚନା ଦେବା ସହ ବାରିପଦା ସ୍ଥିତ ରିଜର୍ଭ ପୋଲିସ ଅଫିସ, ବାରାକ୍ ଆଦି ପରିଦର୍ଶନ କରିବା ସହ ସେଠାକାର ସାମାଜିକ ଦୂରତ୍ୱା ଓ ସଚେତନତା ଆଦି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ପୋଲିସ ଡିଜିଙ୍କ ସହ ଏଡିସନାଲ ଡିଜି ସମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇଜି ଦିପ୍ତେଶ ପଟ୍ଟନାୟକ ଓ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ ପ୍ରମୁଖଙ୍କ ସହ ଉଚ୍ଚପଦସ୍ତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ପୋଲିସ ମହାନିଦେ୍ର୍ଦଶକଙ୍କ ଗସ୍ତ ଅବସରରେ ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Leave A Reply