Odisha news

ପୋଲିସ ହାବୁଡରେ ୪୨ ପେଟି ଚୋରା ମଦ ଜବତ : ଆସାମୀ ଫେରାର

0

ବାସୁଦେବପୁର : କରୋନା ଭୂତାଣୁ ସଂକ୍ରମଣଙ୍କୁ ରୋକିବା ପାଇଁ ଲକ୍‍ ଡାଉନ୍‍ ସମୟରେ ସମସ୍ତ ମଦ ଦୋକାନକୁ ସରକାର ସିଲ୍‍ କରିଥିବା ବେଳେ ଚୋରା ବେପାରୀ ରାତାରାତି ମଦ ଆଣି ବଜାର ଘାଟରେ ବିକ୍ରି କରିବାରେ ଲାଗିଛନ୍ତି । ମାଫିଆଙ୍କ ପକେଟରେ ବନ୍ଧା ପଡିଥିବାରୁ ଅବକାରୀ ବିଭାଗ ଅଧିକାରୀ ସମ୍ପର୍କରେ ସବୁ ଜାଣିଥିଲେ ଚୋରା ମଦ କାରବାର ସମୟରେ ନିରବ ଦ୍ରଷ୍ଠା ସାଜିଛନ୍ତି । ନାୟକାଣୀଡିହି ପୋଲିସ ୪୨ ପେଟି ଚୋରା ଦେଶୀ ଓ ବିଦେଶୀ ମଦ ଧରିବାରେ ସଫଳ ହୋଇଛନ୍ତି । ଅବକାରୀ ବିଭାଗର କାର୍ଯ୍ୟାଳୟ କାଗଜ କଲମରେ ବାସୁଦେବପୁରରେ ଚାଲିଛି । ମଦ ମାଫିଆଙ୍କ ଠାରୁ ପକେଟ ଫୁଲ କରି ଅଧିକାରୀ ଭଦ୍ରକରେ ରହୁଛନ୍ତି । ଫଳରେ ମାଫିଆଙ୍କ ନିର୍ଦ୍ଧେଶରେ ପ୍ରତିଦିନ ସକାଳ ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାଇକ୍‍ରେ ଗାଁର ଗଳି କନ୍ଦିରେ ଚୋରା ମଦ ଦୋକାନ ଖୋଲା ଯାଇଛି । ଏଥିରେ ଅବକାରୀ ବିଭାଗର ଅଧିକାରୀଙ୍କର ପରୋକ୍ଷରେ ହାତ ରହିଛି ବୋଲି ବୁଦ୍ଧିଜୀବିମାନେ କହୁଥିବାର ଶୁଣିବାକୁ ମିଳୁଛି । ଲକ୍‍ ଡାଉନ୍‍ ସମୟରେ ମଦ ଦୋକାନ ଠାରୁ ଗୋଦାମ ଘର ପର୍ଯ୍ୟନ୍ତ ସିଲ୍‍ ଥିବା ବେଳେ ମଦ କେଉଁଠୁ ଆସୁଛି । ସରକାରୀ ନିୟମ ଅନୁସାରେ ମଦ ଦୋକାନ ସିଲ୍‍ କରିବା ପରେ ଜଣେ ଇପିଏଚ ଜଗି ରହିବା କଥା । କିନ୍ତୁ ଇପିଏଚ ପ୍ରହରା ଦେବା ବଦଳରେ ମାଫିଆଙ୍କୁ ମଦ ବିକ୍ରି କରିବା ପାଇଁ ପ୍ରଶୟ ଦେଉଛନ୍ତି । କାହିଁକି ଇପିଏଚ ଜଗିନାହାନ୍ତି ତଦନ୍ତ କରାଗଲେ ବିଭାଗୀୟ ଅଧିକାରୀ ଠାରୁ କେତେ ଯେ ଅଧିକାରୀ ଫସିବେ ସେକଥା କିଏ କହିବ । ପ୍ରତିମାସରେ ଅବକାରୀ ବାବୁମାନେ ମାଫିଆଙ୍କ ପକେଟରେ ବନ୍ଧା ପଡୁଥିବାରୁ ମାଫିଆଙ୍କ ନିର୍ଦ୍ଧେଶରେ ତଳ ଠାରୁ ଉପର ପର୍ଯ୍ୟନ୍ତ ଉଠୁ ବସ ହୁଅନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଦ ପ୍ରିଣ୍ଟ୍‍ ରେଟ୍‍ ଠାରୁ ଅଧିକ ବିକ୍ରି ହେଉଥିବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ ବୋଲି ଅଭିଯୋଗକାରୀ କହିବୁଲୁଛନ୍ତି । ବାଡ ଯଦି ଫସଲ ଖାଏ କହିବା କାହାକୁ । ଗତକାଲି ବିଳମ୍ବିତ ରାତିରେ ପଦ୍ମପୁର- ରାଜଘରପୋଖରୀ ରାସ୍ତାର ଏକ ଅଟୋ (ଓଡି-୨୨ଏନ-୮୭୧୬)ରେ ମଦ ବୋଝେଇ ହୋଇ ଆସୁଥିଲା । ନାୟକାଣୀଡିହି ପୋଲିସ ପେଟ୍ରୋଲିଙ୍ଗ ସମୟରେ ଅଟୋ ଧରାପଡି ଥିଲା । ପୋଲିସ ମାଡ ଖାଇ ଅଟୋ ଚାଳକ ଫେରାର ହୋଇ ଯାଇଥିଲା । ପୋଲିସ ୪୨ ପେଟି ଚୋରା ଦେଶୀ ଓ ବିଦେଶୀ ମଦ ସହିତ ଅଟୋ ଜବଦ କରିବାରେ ସଫଳ ହୋଇଛନ୍ତି ।

Leave A Reply