Odisha news

ଜେଲ୍ ଗଲେ ମହିଳା ଲୁଟେରା

0

ଭୁବନେଶ୍ୱର,(ନି.ପ୍ର): ନୟାପଲ୍ଲୀ ଥାନା ଅଞ୍ଚଳରୁ ଗତ ଗୁରୁବାର ଦିନ ଘରେ ପଶି ମୋବାଇଲ୍ ଚୋରୀ କରିଥିବା ଅଭିଯୋଗରେ ଶୁକ୍ରବାର ପୋଲିସ ମହିଳା ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଲୁଟେରା ହେଲେ ବାଲେଶ୍ୱରର ପ୍ରିୟଙ୍କା ନାୟକ(୧୯) । ତାଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ନୂଆପଲ୍ଳୀ ଥାନା ଏନ୍-୪ ପ୍ଳଟ ନମ୍ବର ୨୦୨ରେ ରୁହନ୍ତି ହରହର ସାହୁ । ଗତ ଗୁରୁବାର ଦିନ ହରିହର ଦିନ ସାଢ଼େ ୩ଟା ସମୟରେ କୋ÷ଣସି କାମରେ ବଜାରକୁ ଯାଇଥିଲେ କିନ୍ତୁ ଘରେ ଥିଲେ ସ୍ତ୍ରୀ । ଘରର କବାଟ ଖୋଲା ରହିଥିଲା । ମୁହଁରେ କପଡା ବାନ୍ଧି ପ୍ରିୟଙ୍କା ହରିହରଙ୍କ ଘରକୁ ପ୍ରବେଶ କରିଥିଲେ ।

ଟେବୁଲ ଉପରେ ଥିବା ଦୁଇଟି ମୋବାଇଲ ଫୋନ୍କ ଧରି ଚମ୍ପଟ ମାରିବା ବେଳେ ହରିହରଙ୍କ ପନôୀ ଦେଖି କବାଟ ବନ୍ଦ କରିଥିଲେ । କଲୋନୀର ଯୁବକମାନଙ୍କୁ ଡାକିଥିଲେ । ଯୁବକମାନେ ଆସି ତାଙ୍କୁ ଅଟକ ରଖିବା ପରେ ନୂଆପଲ୍ଳୀ ପିସିଆର ଭ୍ୟାନକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚô ପ୍ରିୟଙ୍କାଙ୍କୁ ଥାନାକୁ ଆଣି ପଚରାଉଚରା କରିବାପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି ।

IEC 2 years
Leave A Reply