Odisha news

ସନାତନ ଚୌଧୁରୀଙ୍କୁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ : ଖଣ୍ଡା,୭ ମୋବାଇଲ,ସୁନା ଚେନ୍,ଦୁଇ ଗାଡି ଜବତ

0
ବ୍ରହ୍ମପୁର : ଆଚାର୍ଯ୍ୟ ବିହାର ଅଞ୍ଚଳର ବସ ହକର ସନାତନ ଚୌଧୁରୀଙ୍କୁ ହତ୍ୟା କରି ଥିବା ଘଟଣା ରେ ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଜଣଙ୍କୁ  ଗିରଫ କରିଛି ପୁଲିସ।   ବଡବଜାର ଅଞ୍ଚଳ ର ପ୍ରଦୀପ ସାହୁ ନାମକ ଜୈନକ ଅସାମାଜିକ ଯୁବକ ଜେଲ କଷ୍ଟଡି ରେ ରହି ସନାତନ ଚୌଧୁରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଘଟଣା ଟି ଘଟିଛି ଗତ ୬ ତାରିଖଦିନ ହୋଇ ଥିବା ବେଳେ ୫ ତାରିଖ ରେ ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରଦୀପ ର ଭାଇ ପ୍ରଶାନ୍ତ ସାହୁ ଓ ତାଙ୍କର ଦୁଇ ସହଯୋଗୀ ଶିବ ନାୟକ ଓ କାଳିଆ ସାହୁ ଓରଫ ଲସି। ଜନ ଗହଳି ଓ ପୁଲିସ ପେଟ୍ରୋଲିଂ ଚାଲିଥିବା ବେଳେ ସେମାନଙ୍କ ଯୋଜନା ଫେଲ ମିଳିଥିଲା। ତର ପରଦିନ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି ବୋଲି ଆଜି ବ୍ରହ୍ମପୁର ଏସପି ଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀ ରେ ଏସପି ଡ ଶ୍ରାବଣ ବିବେକ ଏମ ସୂଚନା ଦେଇଛନ୍ତି। ବଡବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଅଞ୍ଚଳରେ ସଂନ୍ଧ୍ୟାରେ ଘଟି ଥିବା ଏକ ହତ୍ୟା କାଣ୍ଡ ଘଟଣା ରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା,ଦୁଇ ଟି ଦୁଇ ଚକିଆ ଯାନ, ୭ଟି ମୋବାଇଲ ଓ ଗୋଟିଏ ସୁନା ଚେନ୍ ଜଗତ କରିଛି।
ପୁଲିସ ସୂଚନା ଅନୁଯାୟୀ,ଗତ ୬ ତାରିଖ ରାତି ପ୍ରାୟ ସାଢେ ସାତଟା ବେଳେ ଫାଷ୍ଟ ଗେଟ ନିକଟସ୍ଥ ଆଚାର୍ଯ୍ୟ ବିହାର ନିକଟରେ ବସ ହକର ସନାତନ ଚୌଧୁରୀଙ୍କୁ କିଛି ଦୂର୍ବୁତ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରି ଥିବା ନେଇ ତାଙ୍କ ସ୍ତ୍ରୀ ବଡବଜାର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ପକ୍ଷରୁ ୧୪୫/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲେ। ସନାତନ କୁ କିଏ ଓ କାହିଁକି ହତ୍ୟା କଲେ ତାକୁ ନେଇ ତଦନ୍ତ ଆରମ୍ଭ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ହତ୍ୟାକାଣ୍ଡ ଘଟିଥିବା ବ୍ୟକ୍ତି ଙ୍କ କାହାର ଶତୃତା ରହିଥିଲା ତଦନ୍ତ ଚାଲିଥିବା ବସ ହକର ସନାତନ ଚୌଧୁରୀ ହତ୍ୟା ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ପେଣ୍ଠ ଗ୍ରାମ ର  ପ୍ରଶାନ୍ତ ସାହୁ (୨୦),ଖୋର୍ଦ୍ଧା ଜିଲ୍ଲା  ପ୍ରକାଶ ଖାଟୁଆ(୧୯) , ଭେଙ୍କଟରାୟ ପୁର ଶିବ ନାୟକ (୧୫),ବଡ଼ ବଜାର ଥାନା ଅଞ୍ଚଳର କାଳିଆ ସାହୁ ଓରଫ ଲସି (୨୭), ଲକ୍ଷ୍ମୀ ନୃସିଂହ ସାହି ର ରାମ ରାଉଳ (୧୯) ଓ ଗୋଳନ୍ଥରା ଥାନା ଅଞ୍ଚଳର ରାହୁଲ ପଣ୍ଡା (୨୦) ଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି ଆଜି ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କାଳିଆ ସାହୁ ନାମରେ  ୫ ଟି ମାମଲା ରହି ଥୀବା ବେଳେ ପ୍ରଶାନ୍ତ ସାହୁ ନାମରେ ବଡବଜାର ଥାନାରେ ଦୁଇଟି ମାମଲା ରହିଛି। ପ୍ରକାଶ ଖାଟୁଆ ନାମରେ ଭୂବନେଶ୍ବର ବିଭିନ୍ନ ଥାନାରେ ୧୪ଟି ମାମଲା ରହିଛି। ଶିବ ନାୟକ ନାମରେ ୧୧ଟି ମାମଲା ରହିଛି। ପ୍ରଦୀପ ସାହୁ ନାମରେ ବିଭିନ୍ନ  ଥାନା ରେ ୧୦ ଟି ମାମଲା ରହି ଥୀବା ଏସପି ସୂଚନା ଦେଇଛନ୍ତି।
Leave A Reply