ବାରଙ୍ଗ : ଚାଷଜମିରୁ ମିଳିଲା ମହିଳାଙ୍କ ମୃତଦେହ, ସେ ପୁଣି ଅର୍ଦ୍ଧଉଲଗ୍ନ ଗଳିତ ମୃତଦେହ । ଗତ ୧୯ ତାରିଖରେ ରଘୁନାଥପୁର ଗାଁ ମୁଣ୍ଡ ସ୍ମଶାନ ରାସ୍ତାକଡ଼ରେ ଥିବା ପରିତ୍ୟକ୍ତ ଚାଷଜମିରୁ ମିଳିଥିଲା ମହିଳାଙ୍କ ମୃତଦେହ। ମହିଳା ଜଣଙ୍କ କୃଷ୍ଣପ୍ରସାଦଥାନା ଅନ୍ତର୍ଗତ ଚାରିଛକ ଗାଁର ବସନ୍ତ ନାୟକଙ୍କ ସ୍ତ୍ରୀ ଝିଲି ନାୟକ ବୋଲି ଜଣାପଡିଛି। ସୂଚନା ମୁତାବକ, ସ୍ବାମୀ ଓ ସ୍ତ୍ରୀ ଉଭୟ କାମ ଅନ୍ୱେଷଣରେ ଗତ କିଛିବର୍ଷ ହେବ ଘରଛାଡି ଭୁବନେଶ୍ଵର ଆସିଥିଲେ। ଭୁବନେଶ୍ୱର ଇନଫୋସିସ ଥାନା ଶିଖରଚଣ୍ଡି ନଗରରେ ଘରଭଡା ନେଇ ରହୁଥିଲେ। ଘରେ ଦୁଇ ଝିଅକୁ ଛାଡି ସ୍ୱାମୀ ଅଟୋ ଚଳାଇବା ବେଳେ ସ୍ତ୍ରୀ ଆପର୍ଟମେଂଟକୁ ଯାଇ ଘର କାମ କରି ପରିବାର ପ୍ରତିପୋଷଣ କରୁଥିଲେ।
ଗତମାସରେ ସ୍ୱାମୀ ବସନ୍ତ ଦୁଇଝିଅକୁ ନେଇ ଘରକୁ ପଳାଇଯାଇଥିଲେ। ଏହାପରେ ସ୍ତ୍ରୀ ଝିଲି ନନ୍ଦନକାନନ ଥାନା ଅଧିନସ୍ତ ରଘୁନାଥପୁର ଗାଁରେ ଏକୁଟିଆ ଘରଭଡା ନେଇ ରହୁଥିଲେ। ବସନ୍ତ ଗାଁରେ ରହୁଥିଲେ ମଧ୍ୟ ଝିଲି ସହ କଥା ହେଉଥିଲେ। ଗତ ୧୫ ତାରିଖଠାରୁ ଝିଲିର ମୋବାଇଲ ସୁଇଜଅଫ ଥିବାରୁ ସ୍ୱାମୀ ବସନ୍ତ ୧୯ ତାରିଖରେ ଗାଁରୁ ଭୁବନେଶ୍ୱର ଆସିଲେ ସ୍ତ୍ରୀ ପାଖକୁ। ବହୁ ଖୋଜାଖୋଜି ପରେ ନପାଇବାରୁ ରବିବାର ଦିନ ଇନଫୋସିଟି ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ହେଲେ ବିଡମ୍ବନାର ବିଷୟର ଯେଉଁଦିନ ସ୍ୱାମୀ ବସନ୍ତ ଥାନାକୁ ଆସିଥିଲେ ସେହିଦିନ ନନ୍ଦନକାନନ ପୋଲିସ ପରିତ୍ୟକ୍ତ ଚାଷ ଜମିରୁ ଅର୍ଦ୍ଧଉଲଗ୍ନ ମହିଳାର ଗଳିତ ମୃତଦେହ ଉଦ୍ଧାର କରିଥିଲା। ସେଠାରେ କଣ୍ଡୋମ୍ ଓ ଚପଲ ପଡ଼ିଥିବା ବେଳେ ମହିଳା ମୁହଁରେ ଏସିଡ ପକାଇ ମୁହଁକୁ ବିକୃତ କରିଦେଇଥିଲେ । ବସନ୍ତ ଦେଖିବା ପରେ ମୃତଦେହଟି ତା ସ୍ତ୍ରୀର ବୋଲି ଚିହ୍ନଟ କରିଥିଲା।
ତେବେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଧେହ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ। ପୋଲିସ ରଘୁନାଥପୁରରେ ରହୁଥିବା ଭଡାଘର ମାଲିକ ଓ ଯେଉଁ ଆପର୍ଟମେଂଟ କୁ କାମକୁ ଯାଉଥିଲା ଓ ପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି।
