ବିବାହ ଭାଙ୍ଗିଯିବାରୁ ପୋଲିସ୍ ର ସାହାରା ନେବାକୁ ଗଲେ କନ୍ୟା : ଥାନାର ହାବିଲଦାର କନ୍ୟାର ଭାଇକୁ ଦେଲେ ଏନକାଉଣ୍ଟର ଧମକ
ନୂଆଦିଲ୍ଲୀ : ପୋଲିସକୁ ଜନ ସାଧାରଣଙ୍କର ରକ୍ଷା କରିବା ପାଇଁ ନିଯୁକ୍ତି ଦିଆଯାଇଥାଏ ,କିନ୍ତୁ ଯେତେବେଳେ ସେହି ପୋଲିସ ଦାଇତ୍ୱ ଶୂନ୍ୟ ବ୍ୟବହାର କରିଥାଏ ସେତେବେଳେ ଲୋକ ମାନଙ୍କର ଆଶା ଭାଙ୍ଗିବାରେ ଲାଗିଥାଏ l ଏପରି ଗୋଟିଏ ଘଟଣା କାନପୁରରୁ ଆସିଛି ,ଯେଉଁଠାରେ ଗୋଟିଏ ଝିଅ ଯୌତୁକ କାରଣରୁ ବିବାହ ଭାଙ୍ଗି ଯିବାକୁ ନେଇ ଥାନାରେ ଅଭିଯୋଗ କରିବା ପାଇଁ ପହଞ୍ଚିଥିଲା ସେତେବେଳେ ଥାନାର ଦାରୋଗା ଝିଅଙ୍କ ଭାଇଙ୍କର ଏନ୍କାଉଣ୍ଟର କରିବାର ଧମକ ଦେଇ ଘଟଣାଟିକୁ ବୁଝାସୁଝା କରିଥିଲେ l
ଏହାପରେ ପୀଡିତା ଜଣଙ୍କ ନିଜ ଭାଇ ଓ ମାଙ୍କ ସହିତ ଏସ ପି ଅଫିସରେ ପହଂଚିଥିଲେ ସେଠାରେ ସେ ନିଜର ବିବାହ କାର୍ଡ ଦେଖାଇଥିଲେ ଓ କହିଥିଲେ ତାଙ୍କର ଭାବି ସ୍ୱାମୀ ହମ୍ମଦୀ ଆପାଚି ମୋଟର ସାଇକେଲ ଓ ୨ ଲକ୍ଷ ଟଙ୍କା ନଦେବାରୁ ବିବାହ ଭାଙ୍ଗି ଦେଲେ l ଝିଅର ମା କାନ୍ଦି କାନ୍ଦି କହିଥିଲେ ଯେ ଆମେ କାର୍ଡ ବାନ୍ତି ସାରିଛୁ ,ଗେଷ୍ଟହାଉସ ମଧ୍ୟ ବୁକ କରି ସାରିଛୁ ଯଦି ସେମାନେ ପୂର୍ବରୁ ଏହିକଥା କହିଥାନ୍ତେ ତେବେ ଆମେ ସେଠାରେ ନିଜ ଝିଅକୁ ବିବାହ କରାଇ ନଥାନ୍ତୁ l
ସେ ଆହୁରି ମଧ୍ୟ କହିଥିଲେ ଯେ ଥାନାରେ ଯେତେବେଳେ ମୁଁ ଏହି ବିଷୟରେ ଅଭିଯୋଗ କଲି ଦାରୋଗା ମତେ କହିଲେ ଯେ ତମେ ଯଦି ତମ ଝିଅକୁ ସେଠାରେ ବିବାହ କରାଇବା ନାହିଁ ତେବେ ମୁଁ ତମ ପୁଅକୁ ଏନ୍କାଉଣ୍ଟର କରି ମାରି ଦେବୀ l ଏହାପରେ ଆମକୁ ପୁଅ ଘର ସହିତ ଜବରଦସ୍ତି ଭାବରେ ବୁଝାବଣା କରାଇଲେ ଏବଂ ଗୋଟିଏ କାଗଜରେ ଲେଖାପଢ଼ା କରାଇଲେ l ଝିଅର ମା କହିଛନ୍ତି ଯେ ମୁଁ ସ୍ଥିର କରି ସାରିଛି ଆତ୍ମହତ୍ୟା କରି ଦେବୀ l ମୋ ସ୍ୱାମୀ ରୋଗଗ୍ରସ୍ତ ଅଟନ୍ତି l କିନ୍ତୁ ମୋ ପାଖରେ ଅଟେ ପଇସା ନାହିଁ ଯେ ମୁଁ ମୋ ଝିଅକୁ ବିବାହ କରାଇ ପାରିବି l ଏହାପରେ ପୋଲିସ ଅଧିକାରୀ ଉକ୍ତ ହାବିଲ୍ଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରି ମାମଲାର ଯାଞ୍ଚ କରିବାର ନିର୍ଦେଶ ଦେଇଛନ୍ତି l
Comments are closed.