ପୁଣି ଖାକିର ଦାଦାଗିରି ଦେଖିବାକୁ ମିଳିଛି,ଜଣେ ନିର୍ଦୋଷ ଆଦିବାସୀ ଯୁବକକୁ ଘରୁ ଉଠାଇ ଆଣି ନିର୍ଦୟ ଭାବରେ ଥାର୍ଡ ଡିଗ୍ରୀ ର ପ୍ରୟୋଗ କରିଛି ପୋଲିସ, ଦେଖନ୍ତୁ ଏଇ ଭିଜୁଆଲ ରେ ଯୁବକଙ୍କ ଦେହର ବିଭିନ୍ନ ସ୍ଥାନରେ କିଭଳି ମାଡ଼ ଚିହ୍ନ ମାନ ରହିଛି, ଯୁବକ ଜଣକ ନିର୍ଦୋଷ ଥିବା ସତ୍ୱେ କାହିଁକି ତାଙ୍କୁ ମାଡ଼ ମରାଗଲା ବୋଲି ଯୁବକଙ୍କ ସମ୍ପର୍କୀୟ ପଚାରିବାରୁ କଣ କହୁଛନ୍ତି ପୋଲିସ ଶୁଣନ୍ତୁ ,
ପୋଲିସ ଘଟଣାକୁ ସ୍ବୀକାର କରୁଥିବା ବେଳେ ସେମିତି ବେଶୀ ମାଡ଼ ହୋଇନଥିବା ପ୍ରକାଶ କରିଛନ୍ତି ,ସେପଟେ ଯୁବକ ଜଣକ ଚିକିତ୍ସାଧୀନ ଅବସ୍ଥାରେ ଆସି ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ କୋର୍ଟରେ ଏକ ମାମଲା ରୁଜ୍ଜୁ କରିଛନ୍ତି ,ତେବେ କେଉଁଠି ଏ ଘଟଣା ଘଟିଛି ? କାହିଁକି ନିର୍ଦୋଷ ଯୁବକକୁ ଉଠାଇଆଣି ପିଟିଲା ପୋଲିସ ?ଓ କିଏ ସେଇ ଥାନାଧିକାରୀ ?
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା – ମୟୁରଭଞ୍ଜ ଜିଲ୍ଲା ଜଶୀପୁର ଥାନା ଯାଉଁରିପୋଷି ଗାଁ ନିକଟରେ ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଏକ ବିଶାଳ ଫୁଟବଲ ଖେଳ ଟୁର୍ଣ୍ଣାମେଣ୍ଟ ଚାଲି ଥିଲା, ଯେଉଁଠାରେ କି ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା ତେଣୁ ସେଠାରେ ବିଭିନ୍ନ ଦୋକାନବଜାର ଜମିବା ସହ ଜୁଆ ଖେଳ ମଧ୍ୟ ଜରସରରେ ଚାଲିଥିଲା, ଜଶୀପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜୁଆ ଆଡ୍ଡାରେ ସାଦା ପୋଷାକ ରେ ଯାଇ ଚଢ଼ାଉ କରି ୨ ହଜାର ଟଙ୍କା ସହ ୩ ଜଣ ଜୁଆଡିଙ୍କୁ ଉଠାଇ ଅଣୁଥିବା ସମୟରେ ହଠାତ ସେଠାରେ ଥିବା ଲୋକେ ପୋଲିସ ଉପରକୁ ଢେଲା ମାଡ଼ କରିଥିଲେ,ଘଟଣାସ୍ଥଳରେ ୩ ଜଣ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୋଲିସ ଗାଡିଟିର କାଚ ଢେଲା ମାଡରେ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା, ଘଟଣା ସ୍ଥଳରୁ ପୋଲିସ ୩ ଜଣକୁ ଉଠାଇ ପଚରାଉଚରା କରିବା ସହ ୫୦ ଜଣଙ୍କ ନାମରେ ମାମଲା ରୁଜ୍ଜୁକରି ବର୍ତ୍ତମାନ ସୁଦ୍ଧା ୧୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୋଲିସ କୁ ଆକ୍ରମଣ ଘଟଣା ପରେ ବିଭିନ୍ନ ଜାଗାରେ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି। । ତେବେ ପୋଲିସ ଏତେ ହିଂସ୍ର ହୋଇ ନିର୍ଦଶ ଙ୍କୁ କିପରି ଦୟନୀୟ ଭାବେ ମାଡ଼ ମାରି ପାରିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
