Odisha news

ପୋଲାଭରମ ପ୍ରକଳ୍ପ ମାମଲା ଆନ୍ଧ୍ରକୁ ରିପୋର୍ଟ ତଲବ

0

ନୂଆଦିଲ୍ଲୀ,୧୪ ।୧: ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଆଜି ସୁପ୍ରିମକୋର୍ଟରେ ଗୁରୁିପୂର୍ଣ୍ଣ ଶୁଣାଣି ହୋଇଛି । ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା, ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି କୃଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଦ୍‌ାରା ଦାଖଲ କରାଯାଇଥିବା ମୂଳ ମାମଲା ସମେତ ସେ୍ୱଚ୍ଛାସେବୀ ସଂଗଠନ ଦ୍‌ାରା ଦାଖଲ କରାଯାଇଥିବା ପିଟିସନର ଏକତ୍ର ଶୁଣାଣି କରାଯାଇଛି ।ତେବେ ଆନ୍ଧ୍ର ସରକାରଙ୍କ ଏହି ବେଆଇନ ପ୍ରକଳ୍ପ କାର୍ୟ୍ୟକୁ ବନ୍ଦ କରିବା ପାଇଁ ଓଡ଼ିଶା ଦାବି କରିଛି । ଓଡିଶାର ଅଭିଯୋଗ ଅନୁଯାୟୀ ସୁପ୍ରିମକୋର୍ଟ ବର୍ତ୍ତମାନର ପ୍ରକଳ୍ପ ସ୍ଥିତି ରିପୋର୍ଟ ଆନ୍ଧ୍ରକୁ ମାଗିଛନ୍ତି । ଓଡ଼ିଶା ଉପରେ ଏହାର କଣ ପ୍ରଭାବ ପଡିବ ତାହା ଆନ୍ଧ୍ର ବିଚାର କରିନାହିଁ ବୋଲି ଓଡ଼ିଶା ଅଭିଯୋଗ କରିଛି । ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବକୁ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply