Odisha news

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ୧୬ ଏବଂ ୧୭ରେ

0

ନୂଆଦିଲ୍ଲୀ: ଦେଶରେ ଅନ୍‌ଲକ୍‌-୧ ଚାଲିଥିବା ବେଳେ ପୁଣିଥରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି। ଏହି ମିଟିଂ ଦୁଇଟି ଭାଗରେ ହେବ। ପ୍ରଥମ ମିଟିଂ ୧୬ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ମିଟିଂ ୧୭ ତାରିଖରେ ହେବ।

୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମ ପାଳିରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଥିବା ବେଳେ ୧୭ ତାରିଖ ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥରର ଆଲୋଚନାରେ ଅନଲକ୍-୧.୦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି।

ପର୍ବରୁ ମେ ୧୧ ତାରିଖରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଆଲୋଚନାରେ ଲକ୍‌ଡାଉନ୍‌ ସମ୍ପର୍କରେ ମତ ମାଗିଥିଲେ। ମିଟିଂ ସରିବା ପରେ ମେ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଢ଼ାଇଥିଲେ କେନ୍ଦ୍ର ସରକାର। ତା ସହିତ କିଛି କ୍ଷେତ୍ରରେ କଟକଣା କୋହଳ ମଧ୍ୟ କରାଯାଇଥିଲା। ଏହି ମିଟିଂରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ବି ଉପସ୍ଥିତ ଥିଲେ।

 

Leave A Reply

Your email address will not be published.