ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ତିଆରି କରିଥିବା ‘ସିଙ୍ଗଡ଼ା’ ବା ‘ସମୋସା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁଆଇବାକୁ ଇଚ୍ଛା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ତିଆରି କରିଥିବା ଜନପ୍ରିୟ ଭାରତୀୟ ଜଳଖିଆ ‘ସିଙ୍ଗଡ଼ା’ ବା ‘ସମୋସା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁଆଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରବିବାର ଦିନ ସେ ତାଙ୍କ ଟୁଇଟର୍ରେ ସିଙ୍ଗଡ଼ା ଏବଂ ତା’ସହ ଆମ୍ବ ଚଟଣିର ଫଟୋ ପୋଷ୍ଟ୍ କରି ଏହାର ନାଁ ଦେଇଛନ୍ତି- ‘ସ୍କମୋସା’।
Sunday ScoMosas with mango chutney, all made from scratch – including the chutney! A pity my meeting with @narendramodi this week is by videolink. They’re vegetarian, I would have liked to share them with him.
ଏଠାରେ ସୂଚନା ଦିଆଯାଇ ପାରେ କି, ଜୁନ୍ ୪ ତାରିଖ ଦିନ ଦୁଇ ପ୍ରଧାନମନ୍ତ୍ରୀଙ୍କର ଭର୍ଚୁଆଲ୍ ମିଟିଙ୍ଗ୍ ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ଆର୍ଥିକ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦୁହେଁ ଆଲୋଚନା କରିବେ ବୋଲି ଆଶା କରାଯାଉଛି।