Odisha news

ଭିଡିଓ କର୍ଣ୍ଣଫରେନସିଙ୍ଗ ଜରିଆରେ ଏଭଳି ସମ୍ବୋଧନ କଲେ ଫ୍ରାନ୍ସ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ

0

ନୁଆଦିଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଫ୍ରାନ୍ସ ର ରାଷ୍ଟ୍ରପତି ଈମାନୁଏଲ ମାକ୍ରୋ ସହିତ ଭିଡିଓ କର୍ଣଫରେନସିଂ ଜରିଆରେ ସାକ୍ଷାତ କରିଥିଲେ l  ଉଭୟ ନେତା ଏୟାର ଇଣ୍ଡିଆ ଓ ଏୟାର ବସ ମଧ୍ୟରେ ନୂଆ ଭାଗିଦାରୀ ର କାର୍ଯ୍ୟକ୍ରମର ଶୁଭାରମ୍ଭ ରେ ଅଂଶ ଗ୍ରହଣ କରିଥିଲେ l  ଟାଟା ଗ୍ରୁପ ନିଜର ଏୟାର ଲାଇନ ଏୟାର ଇଣ୍ଡିଆ ପାଇଁ ୨୫୦ ଟି ବିମାନ କିଣିବା ପାଇଁ ଫ୍ରାନ୍ସ ର କମ୍ପାନୀ ଏୟାର ବସ ସହିତ ଚୁକ୍ତି କରିଛି ଓ ଉଭୟ ମଙ୍ଗଳବାର ଦିନ ଏହି ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି l  ଏହି କାର୍ଯ୍ୟକ୍ରମ କୁ ସମ୍ବୋଧିତ କରି ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହିତ ସାକ୍ଷାତ କୁ ନେଇ ଖୁସି ପ୍ରକାଶ କରିଥିଲେ l

ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ କହିଥିଲେ ଯେ ପ୍ରିୟ ପ୍ରଧାନମନ୍ତ୍ରୀ ଓ ମୋର ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦୀ ଆପଣଙ୍କୁ ଦେଖି ମୁଁ ଖୁବ ଖୁସି l  ବରଂ ଏହା G 20 ଶିଖର ସମିଳନୀ ପରେ ଭିଡିଓ କର୍ଣଫରେନସିଙ୍ଗ ଜରିଆରେ ପ୍ରଥମ ସାକ୍ଷାତ ଅଟେ କିନ୍ତୁ ଆପଣଙ୍କୁ ଦେଖି ଖୁବ ଆନନ୍ଦିତ ଅନୁଭବ କରୁଛି l  ମୁଁ ଆପଣଙ୍କୁ, ଆପଣଙ୍କ ମନ୍ତ୍ରୀ ମାନଙ୍କୁ ଓ ଆମ ସହିତ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଏହି ଚୁକ୍ତି ପାଇଁ ଶୁଭେଚ୍ଛା ଜଣାଉଛି l  ଏୟାରସ୍ପେସ ସେକ୍ଟର ରେ ଏହି ଅବସର ଦେଇ ଥିବାରୁ ଆପଣଙ୍କ ନିକଟରେ କୃତଜ୍ଞତା ଲାଭ କରୁଛି l ଏହି ଭାଗିଦାରୀ ଦ୍ୱାରା ଭାରତ ଓ ଫ୍ରାନ୍ସ ର ସମ୍ବନ୍ଧ ଆହୁରି ନିବିଡ଼ ହୋଇଯିବ l

ଏହି ଅବସରରେ ନରେନ୍ଦ୍ର ମୋଦୀ କହିଥିଲେ ଯେ ମୁଁ ଏହି ୱେଇତିହାସିକ ରାଜିନାମା ପାଇଁ ଏୟାର ଇଣ୍ଡିଆ ଓ ଏଆରବଶ କୁ ଶୁଭକାମନା ଜଣାଉଛି l ଏହି କାର୍ଯ୍ୟକ୍ରମ ରେ ଶାମିଲ ହେବା ପାଇଁ ମୁଁ ନିଜର ପରମ ମିତ୍ର ରାଷ୍ଟ୍ରପତି ଈମାନୁଏଲ ମେକ୍ରୋ ଙ୍କୁ ବିଶେଷ ଧନ୍ୟବାଦ ଦେଉଛି l  ସେ କହିଛନ୍ତି ଯେ ଏହା ମହତ୍ଵପୁର୍ଣ ଭାଗିଦାରୀ ଭାରତ ଓ ଫ୍ରାନ୍ସ ମଧ୍ୟରେ ଗଭୀର ହେଉଥିବା ସମ୍ବନ୍ଧ ସହିତ ଭାରତ ର ନାଗରିକ ଉଡ୍ଡୟନ କ୍ଷେତ୍ରରେ ସଫଳତା ଓ ଆକାଂକ୍ଷା କୁ ଦର୍ଶାଉଛି

Nalco
Leave A Reply