Odisha news

‘ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ଯୋଜନା’ : ମାସିକ ୧ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କାର ଜୀବନ ବୀମା

0

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପଚରାଯଏ କି ଆଜିର ଦିନରେ ୧ ଟଙ୍କାରେ କ’ଣ ମିଳୁଛି ତେବେ ଆପଣ ଏହା ହିଁ କହିବେ ଯେ ଯେଉଁ ସମୟରେ ଗୋଟିଏ ଦିଆସିଲିର ଦାମ ୨ ଟଙ୍କା ସେହି ସମୟରେ ୧ ଟଙ୍କାରେ କ’ଣ ମିଳିବ । ହେଲେ ଏବେ ଆପଣ ମାସିକ ମାତ୍ର ୧ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ଜୀବନ ବୀମା କିଣିପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହାରେ ଦେଶର ପ୍ରତି ବ୍ୟକ୍ତିଙ୍କ ପାଖରେ ବୀମା ଲାଭ ପହଞ୍ଚାଇବାକୁ ‘ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ଯୋଜନା’ (ପିଏମଏସବିୱାଇ) ର ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସରକାର ଅତି କମ ପ୍ରିମିୟମରେ ଲୋକଙ୍କୁ ଜୀବନ ବୀମା ପଲିସି ଯୋଗାଇ ଦେବାକୁ ପ୍ରୟାସ କରିଛନ୍ତି

ସରକାରଙ୍କ ଉଦ୍ଦେଶ୍ୟ ହେଉଛି କି ଏହି ଯୋଜନା ମାଧ୍ୟମରେ ନିମ୍ନ ଆୟ ବର୍ଗର ଲୋକଙ୍କୁ ଜୀବନ ବୀମା ସୁବିଧା ଯୋଗାଇ ଦେବା । ଏନେଇ ସରକାର ଏହାର ବାର୍ଷିକ ପ୍ରିମିୟମ ମାତ୍ର ୧୨ ଟଙ୍କା ରଖିଛନ୍ତି । ଅର୍ଥାତ ଏହି ବୀମା କିଣିବାକୁ ଆପଣଙ୍କୁ ମାସିକ ୧ ଟଙ୍କା ପ୍ରିମିୟମ ଦେବାକୁ ହେବ । ଏହି ଯୋଜନାରେ ବୀମାଧାରକଙ୍କୁ ଦୁର୍ଘଟଣାରେ ମୃତ୍ୟୁ ହେଲେ କିମ୍ବା ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇଗଲେ ୨ ଲକ୍ଷ ଟଙ୍କାର ବୀମାରାଶି ମିଳିବ । ଏହାସହ ଆଂଶିକ ରୂପେ ବିକଳାଙ୍ଗ ହେଲେ ବୀମା ଧାରକଙ୍କୁ ୧ ଲକ୍ଷ ଟଙ୍କାର ବୀମାରାଶି ଉପଲବ୍ଧ ହେବ ।

ଏହି ଯୋଜନାର ଲାଭ ୧୮-୭୦ ବର୍ଷ ବୟସର ଲୋକମାନେ ଉଠାଇ ପାରିବେ । ଏନେଇ ଆପଣଙ୍କର କୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିବା ନିହାତି ଜରୁରୀ । ଯଦି ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି ତେବେ ଆପଣଙ୍କର ଗୋଟିଏ ଆକାଉଣ୍ଟରୁ ବାର୍ଷିକ ୧୨ ଟଙ୍କା କାଟି ନେବା ପାଇଁ ଆପଣ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଏକ ଆବେଦନ କରିପାରିବେ ।

Leave A Reply