Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସହିଦ ଯବାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା : ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷରେ ସହିଦ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସହିଦ ଯବାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରିବା ସହିତ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏଥିସହିତ ଚାଇନାକୁ ଚେତାବନୀ ଦେଇ ମୋଦି କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆମ ଯବାନ ମାରି ମାରି ମରିଛନ୍ତି। ଏଥତ୍ପାଇଁ ଦେଶ ଗର୍ବ କରୁଛି। ଦେଶର ଅଖଣ୍ଡତା ସହ କୌଣସି ପ୍ରକାର ସାଲିସ୍ କରାଯିବନି। ଆମେ ଶାନ୍ତି ଚାହୁଁ, କିନ୍ତୁ ଉସୁକାଇଲେ କଡ଼ା ଜବାବ ଦେବୁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଆଜି କରୋନା ମୁକାବିଲା ନେଇ ରାଜ୍ୟର ମଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ବେଳେ ୨୦ ଜଣ ଯବାନଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ। ବାଷ୍ପରୁଦ୍ଧ କଣ୍ଠରେ ଯବାନଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇଲେ ମୋଦି। ଏହି ଅବସରରେ ସେ କହିଥିଲେ,  ଦେଶର ଅଖଣ୍ଡତା ସହ କୌଣସି ପ୍ରକାର ସାଲିସ୍ କରାଯିବନି।

ଆମ ପାଇଁ ଦେଶର ଅଖଣ୍ଡତା ଓ ସାର୍ବଭୌମତାର ସ୍ଥାନ ସର୍ବୋଚ୍ଚ। ଏହାର ରକ୍ଷା ପାଇଁ ଆମକୁ କେହି ଅଟକାଇ ପାରିବେନି। ଆମେ ପଡ଼ୋଶୀଙ୍କ ସହ ସଦ୍ଭାବପୂର୍ଣ୍ଣ ସମ୍ପର୍କ ରଖି ଆସିଛୁ। ତେଣୁ କୌଣସି ବିବାଦୀୟ ଘଟଣାରେ ମତଭେଦ ରଖିବାକୁ ଆମେ ଚାହିଁନୁ ବୋଲି ମୋଦି କହିଛନ୍ତି।

Govt
Leave A Reply