Odisha news

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଓ ପକ୍କା ଘର ବଂଟନରେ ହୋଇଛି ହଜାର ହଜାର କୋଟି ଟଙ୍କାର ଦୁର୍ନୀତି : ବିଜେପି

 ଓଡିଶାର ଗରିବ ଲୋକଙ୍କ ଘରକୁ ହରିଲୁଟ୍ କରିଛନ୍ତି ରାଜ୍ୟ ସରକାର
 ୫ଟି ଜିଲ୍ଲାର ୯ଟି ବ୍ଲକର ସର୍ଭେରୁ ରାଜ୍ୟ ସରକାର ୧ ଲକ୍ଷରୁ ଉଦ୍ଧ୍ୱର୍ ଘର ବଂଟନରେ ଅନିୟମିତତା କରି ପାଖାପାଖି ୧୦୦୦ କୋଟି ଟଙ୍କାର ଦୁର୍ନୀତିି କରିଥିବା ଜଣାପଡିଛି
 ୩ ଧରି ଚାଲିଥିବା ବିକ୍ଷୋଭ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ରାଜ୍ୟର ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ଦାବି କଲା ବିଜେପି
 ମହାମହିମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବିଡିଓମାନଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ
 ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ
 ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନେ୍ଦାଳନ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଜେପି ପକ୍ଷରୁ ନିଆଯିବ
 ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତିକୁ ପର୍ଦ୍ଦାଫାଶ କରିବା ପାଇଁ ତଦନ୍ତ ଭାର ସିବିଆଇକୁ ଦିଆଯାଉ
 ରାଜ୍ୟ ସରକାରଙ୍କ ଗରିବମାରଣ ନୀତି ଯୋଗୁଁ ରାଜ୍ୟରେ ଯୋଗ୍ୟ ହିତାଧିକାରୀମାନେ ପକ୍କା ଘର ପାଇବାରୁ ବଂଚିତ ହେଉଛନ୍ତି
 ରାଜ୍ୟ ସରକାର ପକ୍କା ଘର ବଂଟନରେ ଦୁର୍ନୀତି କରିବା ସହ ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ପାତରଅନ୍ତର କରିଛନ୍ତି
 ପିଏମ ଆବାସ ଦୁର୍ନୀତିରେ ଯେଉଁ ଅଧିକାରୀ ସିଧା ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଭୁବନେଶ୍ୱର, ତା.୦୯/୦୭: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ୫ଟି ଜିଲ୍ଲାର ୯ଟି ବ୍ଲକର ସର୍ଭେରୁ ରାଜ୍ୟ ସରକାର ୧ ଲକ୍ଷରୁ ଉଦ୍ଧ୍ୱର୍ ଘର ବଂଟନରେ ଅନିୟମିତତା କରି ପାଖାପାଖି ୧୦୦୦ କୋଟି ଟଙ୍କାର ଦୁର୍ନୀତିି କରିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ବାସଗୃହ ଆବଂଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟରେ ରାଜ୍ୟ ସରକାରଙ୍କ ମହାଦୁର୍ନୀତିକୁ ପର୍ଦ୍ଦାଫାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତିରେ, ଗୋଟିଏ ଗୋଟିଏ ପରିବାରରେ ଏକାଧିକ, ଅଯଥା ଅନୁକଂପା ପ୍ରଦର୍ଶନ, ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ୟାଗିଂ କରାଯାଇ ବାସଗୃହ ଆବଂଟନ କରାଯାଇଛି ।

ଏପରିକି ଏ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ୱେବସାଇଟରେ ନିର୍ମିତ ଘରର ଡମି/ନକଲି ଏଂଟ୍ରି କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ ଷ୍ଟିକର ଲଗାଯାଇଛି । ପିଏମ ଆବାସ ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ନମ୍ବରକୁ ପରିବର୍ତନ କରାଯାଇଛି । ଯଦି ସମସ୍ତ ଜିଲ୍ଲାକୁ ସମୀକ୍ଷା କରାଯିବ ତେବେ ପକ୍କା ଘର ବଂଟନରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ପଦାକୁ ଆସିବ । ରାଜ୍ୟ ସରକାର ଓଡିଶାର ଗରିବ ଲୋକଙ୍କ ଘରକୁ ହରିଲୁଟ୍ କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଓ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ବଂଟନ କରିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ବଂଟନରେ ହୋଇଥିବା ମହାଦୁର୍ନୀତିକୁ ପର୍ଦ୍ଦାଫାଶ କରିବା ପାଇଁ ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ବିଜେପି କାର୍ଯ୍ୟକର୍ତାମାନେ ଦାବି କରିଛନ୍ତି । ଆଜି ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତାମାନେ ପ୍ରତିବାଦ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଜିଲ୍ଲା ବାହାରର ଅଧିକାରୀଙ୍କ ଦ୍ୱାରା ସାନି ସର୍ଭେ କରାଯାଇ ହିତାଧିକାରୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । ଫେବୃଆରୀ ୨୦୨୦ ରେ ଆହୁରି ଆବେଦନ / ଅଭିଯୋଗ ପତ୍ରକୁ ଯାଂଚ୍ କରି ଇନପୁଟ୍ ଭାବରେ ଗ୍ରହଣ କରାଯାଉ । ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ । ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧା ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କର ନାମ ଗଣମାଧ୍ୟମ ଓ ସାମାଜିକ ଗଣ ମାଧ୍ୟମରେ ପ୍ରଚାରିତ କରାଯାଉ ବୋଲି ବିଜେପି ଦାବି କରିଛି ।

୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ । ରାଜ୍ୟର ପ୍ରତ୍ୟେକ ବାସଗୃହହୀନ ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ରାଜ୍ୟ ସରକାର ପକ୍କା ଘର ବଂଟନରେ ଦୁର୍ନୀତି କରିବା ସହ ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ପାତରଅନ୍ତର କରିଛନ୍ତି । ଏହାକୁ କେବେବି ବରଦାସ୍ତ କରାଯିବ ନାହିଁ ।

କଟକ ଜିଲ୍ଲାର କଟକ ସଦରରେ ଦିଲୀପ ମଲ୍ଲିକ ଓ ଋଷିକେଷ ଜେନା, ବଡମ୍ବାରେ ବିଜୟ ଦଳବେହେରା; ଜଗତସିଂହପୁର ଜିଲ୍ଲାର ନାଉଗାଁରେ ସତ୍ୟବ୍ରତ ମହାପାତ୍ର ଓ ପ୍ରତାପ ମିଶ୍ର, ବାଲିକୁଦାରେ ଶିବବ୍ରତ ଦାସ, ଭୋଜ ମହାନ୍ତି,କୁଜଙ୍ଗରେ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ; କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡାରେ ସୁନାକର ବେହେରା, ଡେରାବିଶରେ କିଶୋର ପଣ୍ଡା, ମାର୍ଶାଘାଇରେ ବିଜୟ ପ୍ରଧାନ, ରାଜନଗରରେ ।ଲେଖ ଜେନା, ରାଜକନିକାରେ ଦୋଳଗୋବିନ୍ଦ ନାଏକ; ବାଲେଶ୍ୱର ଜିଲ୍ଲାର ନିଳଗିରିରେ ବିଧାୟକ ସୁକାନ୍ତ ନାଏକ; ନୟାଗଡ ଜିଲ୍ଲାର ନୟାଗଡରେ ଲାଲା ମନୋଜ ରାୟ, ପ୍ରଦୀପ୍ତ ମହାପାତ୍ର, ପ୍ରଦୀପ୍ତ ପଟ୍ଟନାୟକ, ରଣପୁରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପରେଶ ମିଶ୍ର, ଖଣ୍ଡପଡାରେ ବିକ୍ରମ ଦେଓ, ଅର୍ଚ୍ଚନା ଦାସ, ଇତିଶ୍ରୀ ବେହେରା, ଗଣିଆରେ ପୂର୍ଣ୍ଣଚନ୍ଦ୍ର ନାଏକ, ଫକିର ଡାକୁଆ, ଚନ୍ଦ୍ର ଶେଖର ଦାସ, ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳରେ ରୁଦ୍ରକେଶରୀ ମହାଳ, ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରେ ଅନନ୍ତ ଦାସ, ରାକେଶ ମିଶ୍ର, ପୁଇଁତଳାରେ ବିଧାୟକ ମୁକେଶ ମହାଲିଙ୍ଗ, ରାଜ କିଶୋର ଦାସ, ଗୁଡଭେଲାରେ ମହେନ୍ଦ୍ର ଠାକୁର ମୁକେଶ ଜୈନ, ବୋଙ୍ଗାମୁଣ୍ଡାରେ ଶିବାଜୀ ମହାନ୍ତି, ଲକ୍ଷ୍ମଣ ବାଗ୍, ସମ୍ବଲପୁର ଜିଲ୍ଲାର ମାନେଶ୍ୱରରେ ବିଧାୟକ ନାଉରୀ ନାଏକ, ଗିରିଶ ପଟେଲ, ଦେବେନ୍ଦ୍ର ମହାପାତ୍ର, ଜୁଜୁମରାରେ ଗିରିଶ ପଟେଲ, ଦେବେନ୍ଦ୍ର ମହାପାତ୍ର, ବାମରା ବ୍ଲକରେ ରାଜ୍ୟ ସାଧାରଣ ସଂପାଦର ରବି ନାଏକ; କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ହାଟଡିହିରେ ଆଲୋକ ସେଠୀ, ଜ୍ଞାନରଂଜନ ସାମନ୍ତସିଂହାର, ଦିପକ ଜେନା, ମହେଶ୍ୱର ସାହୁ; କେନ୍ଦୁଝରଗଡରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ଅନୁବ୍ରତ ବେହେରା, ପାଟଣାରେ ଭବାନୀଶଙ୍କର ନାୟକ, ସାହାରପଦାରେ ଅଂଶୁମାନ ସବୁଜ ମହନ୍ତ ବର୍ମା, ମମିତ ନାୟକ, ବଂଶପାଳରେ ସୁକଦେବ ମହନ୍ତ; ଝାରସୁଗୁଡା ଜିଲ୍ଲାର ଝାରସୁଗୁଡାରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ଲଖନପୁରରେ ମଙ୍ଗଳ ସାହୁ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଯୁଗଳ କିଶୋର ପଡ, କେସିଙ୍ଗାରେ ବସନ୍ତ ପୁରୋହିତ, ଅନିରୁଦ୍ଧ ପ୍ରଧାନ, ଲାଂଜିଗଡରେ ରମେଶ ମିଶ୍ର, ଥୁମୁଳରାମପୁରରେ ରାଧାକୃଷ୍ଣ ନାଏକ,ଜୟପାଟଣାରେ ଅଂଶୁ ପଟ୍ଟନାୟକ, କାଲାମପୁରରେ ଲକ୍ଷ୍ମୀ ବାଗ୍, ଗୋଲାମୁଣ୍ଡାରେ ମନୋଜ ମେହେର; ନୂଆପଡା ଜିଲ୍ଲାର କୋମନାରେ ପ୍ରଶାନ୍ତ କୁମାର ପାଢୀ, ମଂଜର ଆର୍ଯ୍ୟ, ତୁଲସା ପଟେଲ, ଖରିଆରରେ ସୁବ୍ରତ ଠାକୁର, ହିତେଶ କୁମାର ବାବ୍ରତ, ରତ୍ରନନ୍ଦ ମନ୍ଦିରା, ଗଂଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରେ ପର୍ଶୁରାମ ମାଝୀ, ଜଗଦିଶ ବିଶୋଇ, ପାପଡହାଣ୍ଡିରେ ଗୌରିଶଙ୍କର ମାଝୀ, ଅରୁଣ କୁମାର ପୂଜାରୀ, ଝରିଗାଁରେ ପର୍ଶୁରାମ ମାଝୀ, ଜଗଦିଶ ବିଶୋଇ, ଚନ୍ଦ୍ର ଭାନୁ ନାଏକ; ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗାରେ ବିପ୍ର ଚରଣ ମହାନ୍ତି, କଂଟାମାଳକରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ବିପ୍ରଚରଣ ମହାନ୍ତି; ସୁନ୍ଦରଗଡ ଜିଲ୍ଲାର କୁଅମୁଣ୍ଡାରେ ଲତିକା ପଟ୍ଟନାୟକ, ନିହାର ରାୟ, ଯୋଗେନ୍ଦ୍ର ବେହେରା, ବିସ୍ରାରେ ବିଧାୟକ ଶଙ୍କର ଓରା. ରୋହିତତନ୍ତି, କୁଳଦୀପ କଚ୍ଚପା, ଲହୁଣିପଡାରେ ରସ ବିହାରି ପ୍ରଧାନ, ଉପେନ୍ଦ୍ର୍ର ବେହେରା, ଜୟନ୍ତୀ ମହନ୍ତ, ବଣାଇଗଡରେ ନିହାର ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୁରୁଣ୍ଡିଆରେ ପ୍ରଭାକର ମୁଣ୍ଡା, ବାସୁଦେବ ସାହୁଙ୍କ ସମେତ ରାଜ୍ୟର ପ୍ରମୁଖ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ମହାମହିମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକ ପତ୍ର ବିଡିଓ ଜରିଆରେ ପ୍ରଦାନ କରାଯାଇଥିଲା ।

ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ । ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନେ୍ଦାଳନ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଜେପି ପକ୍ଷରୁ ନିଆଯିବ ବୋଲି ଦଳ ତରଫରୁ ସ୍ପଷ୍ଟ ରୂପେ ଘୋଷଣା କରାଯାଇଛି ।

Comments are closed.