Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମାନେ ଟିକା ନେବେ

0

ନୂଆଦିଲ୍ଲୀ : ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବେ। ୫୦ ବର୍ଷରୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ବୋଲି ଜଣାପଡ଼ିଛି। ଗତ ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମା‌ନଙ୍କୁ ଟିକା ଦିଆଯାଉଛି। କୋଭାକ୍ସିନ୍‌ ଏବଂ‌ କୋଭିସିଲ୍ଡ ଟିକାକୁ ମଂଜୁରି ମିଳିବାପରେ ଏହି ୨ଟି ଟିକା ଦିଆଯାଉଛି। ଦ୍ବିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟିକା ମିଳିବ।

ପ୍ରଧାନମନ୍ତ୍ରୀ ଏବଂ ଅଧିକାଂଶ ମୁଖ୍ୟମନ୍ତ୍ରୀଙ୍କ ବୟସ ୫୦ରୁ ଅଧିକ ହୋଇଥିବାରୁ ସେମାନେ ଏହି ପର୍ଯ୍ୟାୟରେ ଟିକା ନେବେ। ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ନିର୍ଦ୍ଦିଷ୍ଟ ଭାବେ କେବେ ଟିକା‌ ନେବେ ତାହା ସ୍ପଷ୍ଟ ହୋଇନାହିଁ। ନିକଟରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନେତାମାନଙ୍କୁ ଟିକା ପାଇଁ ଅପେକ୍ଷା‌ କରିବାକୁ ପଡ଼ିବ। ଦ୍ବିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକ ଟିକା ‌ନେବେ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟାରେ ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ ୯୯ ହଜାର ୬୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି।

Nalco
Leave A Reply