ଛତ୍ରପୁର 28/7 : ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବା ବେଳେ ଏବେ ଗୁରୁତର ରୋଗୀଙ୍କ ଠାରେ ପ୍ଲାଜମା ଥେରାପି ପ୍ରୟୋଗ ଆଶ୍ୱସ୍ଥ ଆଣି ଦେଇଛି । ଗତ ୨୧ ତାରିଖ ଦିନ ଏହି ସେବାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେହିଦିନ ହିଁ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ମହିଳା ଓ ଜଣେ ପୁରୁଷଙ୍କ ଠାରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଥିଲା ।
ଆଜି ସେହି ତିନି ଜଣ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସଂକ୍ରମଣ ହେବା ପରେ ସୁସ୍ଥ ହେଉଥିବା ରୋଗୀ ମାନେ ସ୍ୱେଚ୍ଛାକୃତ ଭାବେ ନିଜର ପ୍ଲାଜମା ପ୍ରଦାନ କରିପାରିବେ । ଏଯାବତ୍ ଗ୍ରାମାଚଂଳ ସ ସହରାଚଂଳର ୨୯୧ ଜଣ ପ୍ଲାଜମା ଦେବା ପାଇଁ ନିଜର ନାମ ପଞ୍ଜିକୃତ କରିଛନ୍ତି । ଜିଲ୍ଲାପାଳ ମେଡ଼ିକାଲ ଯାଇ ସେମାନଙ୍କୁ ଫୁଲତୋଡ଼ା ଦେବା ସହ ତାଙ୍କର ଶୁଭ ମନାସି ଥିଲେ ।
