ଆମର ପୂର୍ବ ପୁରୁଷ ମଧ୍ୟ ତାଙ୍କ ବଂଶଜ ଙ୍କ ନିକଟରୁ ସମ୍ମାନ ଇଛା କରି ଥାଆନ୍ତି l ଧାର୍ମିକ ମାନ୍ୟତା ଅନୁସାରେ, ଯେବେ କୌଣସି ପ୍ରିୟ ଜନଙ୍କ ମୃତ୍ୟୁ ହୋଇଥାଏ ସେ ପିତୃ ଦେବଙ୍କ ରୂପ ଧାରଣ କରିଥାଆନ୍ତି ଓ ନିଜର ବଂଶଜ ଙ୍କୁ ରକ୍ଷା କରିଥାଆନ୍ତି l କିନ୍ତୁ ଯଦି ମୃତ୍ୟୁପରେ ତାଙ୍କ ବଂଶଜ ଙ୍କ ନିକଟରୁ ଉପଯୁକ୍ତ ସମ୍ମାନ ପାଇ ନଥାଆନ୍ତି ତେବେ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଅଶୁଭ ସମୟ ପ୍ରାପ୍ତି ହୋଇଥାଏ l
ଶାସ୍ତ୍ର ଅନୁସାରେ ଏଭଳି କିଛି ସଂକେତ ରହିଛି ଯାହା ପିତୃପୁରୁଷ ଙ୍କ ଅସନ୍ତୋଷ ହେବାର ଲକ୍ଷଣ ବା କାରଣ ହୋଇଥାଏ –
* ମାନ୍ୟତା ରହିଛି ଯେ ଯଦି ଆପଣଙ୍କ କାର୍ଯ୍ୟରେ ବାଧା ଆସୁଛି ଓ କୌଣସି କାର୍ଯ୍ୟରେ ସଫଳତା ଲାଭ କରୁ ନାହାନ୍ତି ଏହା ପିତୃ ପୁରୁଷଙ୍କ ଅସନ୍ତୁଷ୍ଟ ହେବାର କାରଣ ଅଟେ l ତେଣୁ ପିତୃପୁରୁଷ ଙ୍କୁ ସନ୍ତୁଷ୍ଟ ରଖିବା ନିହାତି ଜରୁରୀ l
* ଶାସ୍ତ୍ର ଅନୁସାରେ ଘରେ ସାଧାରଣ ଭାବରେ ଝଗଡା ଓ ଅସନ୍ତୋଷ ଦେଖା ଦେଇଥାଏ ଏହା ପିତୃଦୋଷ ର କାରଣ ହୋଇଥାଏ l ତେଣୁ ସେଥିପ୍ରତି ସତର୍କ ରହିବା ଆବଶ୍ୟକ l ପିତୃ ପକ୍ଷରେ ମନକୁ ସନ୍ତୁଷ୍ଟ କଲାଭଳି କାର୍ଯ୍ୟ କରିବା ମଧ୍ୟ ଜରୁରୀ l
* ମାନ୍ୟତା ରହିଛି ଯେ ଯଦି ପିତୃ ପୁରୁଷ ଅସନ୍ତୁଷ୍ଟ ରହି ଥାଆନ୍ତି ତେବେ ସନ୍ତାନ ସୁଖରେ ବାଧା ଆସିଥାଏ l ଆପଣ ଯଦି ସନ୍ତାନ ଲାଭ କଲେ ତେବେ ମଧ୍ୟ ସନ୍ତାନ ଆପଣଙ୍କ ବିରୋଧୀ ରହିବ ଏବଂ ଆପଣଙ୍କୁ କଷ୍ଟର ସମୁଖୀନ ହେବାକୁ ପଡିବ l
* ପିତୃ ଦୋଷ ରହିଥିଲେ ଗୃହର ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜି ଥାଏ ନଚେତ ବିବାହ ପରେ ବୈବାହିକ ଜୀବନ ରେ ବାଧାବିଘ୍ନ ସମୁଖୀନ ହେବାକୁ ପଡେ l
* ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁସାରେ ପିତୃ ପୁରୁଷ ଅସନ୍ତୁଷ୍ଟ ହେଲେ ଆକସ୍ମିକ କ୍ଷୟକ୍ଷତି ହୋଇଥାଏ l ଏହାଛଡା ଜାତକ ରେ ଆର୍ଥିକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l
