Odisha news

ଚାଲିଛି ପିତୃ ପକ୍ଷ ଶ୍ରାଧ, ନିଜ ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରିବା ପାଇଁ କରନ୍ତୁ ଏହି ସବୁ ଉପାୟ

0
ଆମ ହିନ୍ଦୁ ଧର୍ମରେ ପିତୃ ପକ୍ଷ ସ୍ରାଧ ର ଖୁବ୍ ମହତ୍ତ୍ଵ ରହିଛି । ମାନ୍ୟତା ରହିଛି ଯେ ଏହି ସମୟରେ ନିଜର ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରି ପାରିଲେ ଜୀବନ ରେ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।
ହିନ୍ଦୁ ପାଞ୍ଜି ଅନୁସାରେ ପିତୃ ପକ୍ଷ ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃ ପକ୍ଷ ରହିଥାଏ । ଏହି ସମୟରେ ଆମର ପିତୃ ପୁରୁଷ ଙ୍କ ଠାରୁ ଆମେ ଆଶୀର୍ବାଦ ଲାଭ କରିଥାଉ । କୁହାଯାଏ ଯେ ଏହି ସମୟରେ ନିଜର ପୁର୍ବଜ ଙ୍କ ର ପୂଜା କରିବା ଦ୍ୱାରା ଭଗବାନ୍ ସନ୍ତୁଷ୍ଟ ହୋଇ ଥାଆନ୍ତି । ଶାସ୍ତ୍ର ଅନୁସାରେ ପିତୃପକ୍ଷ ଚାଲିଥିବା ସମୟରେ କିଛିଟା କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
– ବାସ୍ତୁ ଅନୁସାରେ ଦକ୍ଷିଣ ଦିଗଟି ପିତୃ ପୁରୁଷ ଙ୍କ ଦିଗ ଅଟେ ।ପିତୃ ପକ୍ଷରେ ପିତୃ ପୁରୁଷ ଙ୍କ ଆଗମନ ସର୍ବଦା ଦକ୍ଷିଣ ଦିଗରୁ ହୋଇଥାଏ ।
– ପିତୃ ଶ୍ରାଦ୍ଧ ଦେଉ ଥିବା ବ୍ୟକ୍ତିର ମୁହଁ ସର୍ବଦା ଦକ୍ଷିଣ ଦିଗକୁ ହେବା ଆବଶ୍ୟକ । ଏହାଛଡା ନିଜ ପୁର୍ବଜ ଙ୍କ ଫଟୋ ଲଗାଇବା ପାଇଁ ଦକ୍ଷିଣ ଦିଗ ସବୁବେଳେ ଶୁଭ ।
– ନିଜ ପିତୃ ପୁରୁଷ ଙ୍କ ଫଟୋ କଦାପି ପୂଜା ଘରେ , ଶୋଇବା ଘରେ କିମ୍ବା ରୋଷେଇ ଘରେ ରଖିବା ଉଚିତ୍ ନୁହେଁ ।
– ପିତୃ ପକ୍ଷ ଚାଲିଥିବା ସମୟରେ କେଶ କାଟିବା ଉଚିତ୍ ନୁହେଁ । ଏପରି କରିବା ବର୍ଜିତ ଅଟେ ।
– ଏହି ଶ୍ରାଦ୍ଧ ପକ୍ଷରେ ଘରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ । ପିତୃ ପକ୍ଷରେ ଘରର ମୁଖ୍ୟ ଦ୍ଵାର ଗଙ୍ଗା ଜଳ ରେ ଛିଂଚିବା ଜରୁରୀ । ଏହାଛଡା ଘରର ମୁଖ୍ୟ ଦ୍ଵାର ରେ ଧଳା ରଙ୍ଗର ଫୁଲ ଅର୍ପଣ କରିବା ଉଚିତ୍ ।
– ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗରେ ଗୋଟିଏ ଦୀପ ଜାଳିବା ଜରୁରୀ । ଏହି ସମୟରେ ଗରିବ ଓ ବ୍ରାହ୍ମଣ ଙ୍କୁ ଭୋଜନ କରାଇବା ଆବଶ୍ୟକ ।
Nalco
Leave A Reply