ପିପିଲି-ପିପିଲି ବ୍ଲକ ଅନ୍ତର୍ଗତ ପାଣିଦୋଳସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ଯ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ୍ କରିଛନ୍ତି।ଏହି ଅବସରରେ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲ ଯୋଗଦେଇ କହିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ବିନା ଏଠି କିଛି ହୁଏନାହିଁ । ପ୍ରଭୁ ଜଗନ୍ନାଥ ଏଠାରେ ସବୁ କିଛି । ଯାହା କିଛି ହୁଏ ପ୍ରଭୁ ଜଗନ୍ନାଥଙ୍କ ନିଦ୍ଦେର୍ଶ ରେ ହୁଏ। ସେହୀପରୀ ବିଦ୍ୟାଳୟ ଏକ ମନ୍ଦିର ଛାତ୍ରଛାତ୍ରୀମାନଙ୍କ ହୃଦୟ ଫୁଲ ପରି କୋମଳ ସେମାନଙ୍କ ମନରେ କଷ୍ଟ ନଦେଇ ଶିକ୍ଷାଲାଭ ପ୍ରତି ଧ୍ଯାନ ଦେଇ ଗଢି ତୋଳିବା ଅଭିଭାବକ ଓ ସ୍କୁଲରେ ଶିକ୍ଷକମାନଙ୍କ ଯଥେଷ୍ଟ ଭୁମିକା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ। ଅନ୍ଯତମ ଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ କହିଛନ୍ତି ଶିକ୍ଷାକ୍ଷେତ୍ରରେ ଓଡିଶା ସବୁଠାରୁ ଆଗରେ ରହିଛି ।ଛାତ୍ରଛାତ୍ରୀମାନଙ୍କ ଉନ୍ନତ ଶିକ୍ଷାଲାଭ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବେସରକାରୀ ଶିକ୍ଷାନୁଷ୍ଠାନ ଠାରୁ ସରକାରୀ ଶିକ୍ଷାନୁଷ୍ଠାନ ପାଠପଢା ବହୁଗୁଣିତ ରହିଛି ।
ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ ପାଇଁ ଅଭିଭାବକ ମାନେ ବିଦ୍ୟାଳୟକୁ ଆସି ଶିକ୍ଷକମାନଙ୍କ ସହିତ ପିଲାମାନଙ୍କ ଶିକ୍ଷାଲାଭ ସମ୍ପର୍କରେ ବୁଝିବା ଦରକାର। ଯାହାଫଳରେ ଶିକ୍ଷାର ଅଗ୍ରଗତି ଆହୁରି ଆସିପାରିବାରେ ସହାୟକ ହେବ ବୋଲି କହିଥିଲେ। ସେହୀପରୀ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ କହିଛନ୍ତି ନିଜର ଦୃଢ ଇଛାଶକ୍ତି ଓ ଉଦ୍ୟମ ଜାରୀ ରହିଲେ ଛାତ୍ରଛାତ୍ରୀମାନେ ସଫଳ ହୋଇପାରିବେ ବୋଲି ସେ କହିଥିଲେ।ବିଦ୍ୟାଳୟର ଶତବାର୍ଷିକୀ କମିଟରି ସଭାପତି ଅନାଦି ଚରଣ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଜ୍ଞାନ ରଞ୍ଜନ ପଣ୍ଡା ସଭାକାର୍ଯ୍ଯ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଶତବାର୍ଷିକୀ ସ୍ମରଣୀକା ବିଶେଷାଙ୍କ ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ମେଧାବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ,ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ ମାନେ ରାଜ୍ଯପାଳ ଗ୍ରହଣରେ ଫଟୋ ଉଠାଇଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ମିଶ୍ର ଧନ୍ୟବାଦ ଦେଇଥିଲେ । ସରପଞ୍ଚ ତଥା ପୁର୍ବତନ ଛାତ୍ର ଅଜୟ କୁମାର ନାୟକ,ବିଦ୍ୟାଳୟ ପରିଚାଳନ କମିଟିର ସଭାପତି କାର୍ତ୍ତିକ ନାୟକ, ତପନ କୁମାର ନାୟକ, ଆର୍ତ୍ତବନ୍ଧୁ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।