ପିପିଲି,୫ା୩ : ଭାରତୀୟ ଜନତା ପାର୍ଟି ପକ୍ଷରୁ ମାର୍ଚ୍ଚ ୫ ତାରିଖକୁ ପିପିଲିରେ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରାଯିବା ସହ ପିପିଲି ବ୍ଳକ କାର୍ଯ୍ୟାଳୟକୁ ଘେରାଓ କରାଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି ଦଳର ଜନପ୍ରତିନିଧି, ନେତା ଓ କର୍ମୀଙ୍କ ଦ୍ୱାରା ରବିବାର ମଧ୍ୟାହ୍ନରେ ପିପିଲି ବ୍ଲକ କାର୍ଯ୍ୟାଳୟକୁ ଏକ ଘଂଟାକାଳ ଘେରାଓ କରାଯିବା ଅବସରରେ ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ, ମଣ୍ଡଳ ସଭାପତି ସୁକାନ୍ତ ଭଟ୍ଟ, ଶୁଭାଶିଷ ରଥ, ସରପଂଚ ନିରଞ୍ଜନ ସେନାପତୀ, ସୌମ୍ୟକାନ୍ତ ଦାଶ, ବିଭୂତି ଭୂଷଣ ନାଥ, ବରିଷ୍ଠନେତା ଅଜୟ ପ୍ରଧାନ, ସୁକାନ୍ତ ଦାଶ, ମାଧବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟର ପଂଚାୟତରାଜ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ଗୁରୁତର ଅଭିଯୋଗ କରିଥିଲେ । ଅର୍ଥ କମିଶନଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଂଚାୟତକୁ ସିଧାସଳଖ ଆସୁଥିବା ଅନୁଦାନ ହଡପ ହେଉଥିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ, ମନରେଗା ଦୁର୍ନିତୀ, ପାଇଖାନା ଦୁର୍ନିତୀ, ରାସନକାର୍ଡ ଦୁର୍ନିତୀ ଆଦି ଚାଲିଥିବା ସେମାନେ ଅଭିଯୋଗ କରିଥିଲେ ।
