ପିପିଲି-ପିପିଲି ବ୍ଲକ ଅଧିନସ୍ଥ ସଂପୁର ଓ ଚନ୍ଦ୍ରାଦେଇପୁର ପଂଚାୟତରେ ରବିବାର ଦିନ ଭୋର ସମୟରେ ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି ।ହାତୀଟି ଡେଲାଙ୍ଗ ଅଂଚଳଦେଇ ପିପିଲିକୁ ଆସିଥିବା ଜଣାପଡିଛି । ମିଳିଥିବା ସୁଚନାମୁତାବକ ହାତୀଟି ବଳଙ୍ଗା ଥାନା ଅଧିନସ୍ଥ ୨ଜଣ ପିପିଲି ଥାନା ଅଧିନସ୍ଥ ଜଣେ ଲୋକଙ୍କୁ ଦଳି ମାରି ଦେଇଛି । ସେହୀପରୀ ହାତୀ ଆକ୍ରମଣରେ ୧୦ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ମୃତକମାନେ ହେଲେ ବଳଙ୍ଗା ଥାନା ଅଧିନସ୍ଥ ଗୋପିନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ(୬୫)ଓ ଚନ୍ଦ୍ରାଦେଇ ପଂଚାୟତର ମକରା ପଲେଇ(୬୫) ପିପିଲି ଥାନା ଅଧିନସ୍ଥ ସଂପୁର ପଂଚାୟତର ଚୈତନ ସାହୁ (୫୦)ବୋଲି ବନ ବିଭାଗ ଅଧିକାରୀ ଜୟକୃଷ୍ଣ ଜଦୁମଣି ଦାସଙ୍କ ଠାରୁ ପ୍ରକାଶ ।
ଘଟଣାସ୍ଥଳରେ ଖୋର୍ଦ୍ଧା ଡିଏଫଓ ବାଲିପାଟଣା ରେଞ୍ଜର ବାଳକାଟି ଡେଲାଙ୍ଗ ଓ କଣାସରୁ ଫରେଷ୍ଟର ନିୟୋଜିତ ହୋଇ ହାତୀର ଗତିବିଧିକୁ ନଜର କରିବା ସହିତ ଜଙ୍ଗଲକୁ ଛାଡିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରୀ ରଖିଥିବା ବିଭାଗୀୟ ଅଧିକାରୀ ଶ୍ରୀ ଦାସ ସୁଚନା ଦେଇଛନ୍ତି । ଅନ୍ୟପଟେ ବନ ବିଭାଗ ପାଇଁ ୩ଜଣଙ୍କର ମୃତୁ୍ୟ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ପ୍ରଥମେ ଡେଲାଙ୍ଗ ଅଂଚଳରୁ ହାତୀର ଗତିବିଧିକୁ ନଜର କରି ବନ ବିଭାଗ ଲୋକମାନଙ୍କୁ ସଚେତନ କରାଇଥିଲେ ଏହି ଘଟଣା ଘଟିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।